ଶେୟାର ବଜାରରେ ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କା ବୁଡିଲା

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରକୁ ନେଇ ଆଶଙ୍କା କରାଯାଉଥିଲା, ତାହା ହିଁ ଘଟିଲା । ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ଫେଡ୍ ରିଜର୍ଭ ଦ୍ୱାରା ସୁଧ ହାର ବୃଦ୍ଧି କରାଯିବା ପରେ ଭାରତୀୟ ଶେୟାର ବଜାର ପୁଣି ଥରେ ନିବେଶକଙ୍କ ଭରଷା ହରାଇବ ବୋଲି ଆଶା କରାଯାଉଥିଲା। ଶୁକ୍ରବାର ଏହି ସ୍ଥିତି ଦେଖିବାକୁ ମିଳିଥିଲା। ସପ୍ତାହର ଶେଷ କାରବାର ଦିନରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିକ୍ରି ଦେଖିବାକୁ ମିଳିଥିଲା । ଏହି କାରଣରୁ ନିବେଶକଙ୍କୁ ୫ ଲକ୍ଷ କୋଟି ଟଙ୍କାରୁ ଅଧିକର କ୍ଷତି ହୋଇଛି।

ଶୁକ୍ରବାର ସେନସେକ୍ସ ୧୦୨୦.୮୦ ଅଙ୍କ ଅର୍ଥାତ ୧.୭୩ ପ୍ରତିଶତ ହ୍ରାସ ସହ ୫୮,୦୯୮.୯୨ ଅଙ୍କର ବନ୍ଦ ହୋଇଛି । କାରବାର ସମୟରେ ଏହା ୧,୧୩୭୭.୭୭ ଅଙ୍କ ତଳକୁ ଖସି ଆସିଥିଲା । ଗୋଟିଏ ସମୟରେ ଏହା ୫୮ ହଜାର ଅଙ୍କରୁ ମଧ୍ୟ ତଳକୁ ଖସି ଆସିଥିଲା । ଏହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟୀ ମଧ୍ୟ ୩୦୨.୪୫ ଅଙ୍କ ଅର୍ଥାତ ୧.୭୨ ପ୍ରତିଶତ ହ୍ରାସ ସହ ୧୭,୨୨୭.୩୫ ଅଙ୍କରେ ବନ୍ଦ ହୋଇଥିଲା।

ବିଏସଇ ମାର୍କେଟ କ୍ୟାପିଟାଲରେ ଆଜିର ଦିନରେ ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି । ଅନ୍ୟପଟେ କାରବାର ଶେଷରେ ବଜାର ପୁଞ୍ଜି ୨,୭୬,୬୪,୫୬୬.୭୯ କୋଟି ଟଙ୍କା ରହିଥିଲା । ଗୋଟିଏ ଦିନ ପୂର୍ବେ ଏହା ୨,୮୧,୧୭,୬୫୭.୫୭ କୋଟି ଟଙ୍କା ଥିଲା ।

ସେୟାର ବଜାରରେ ହ୍ରାସ ପଛରେ ଅନେକ କାରଣ ରହିଛି । ତେବେ ସବୁଠୁ କାରଣ ହେଉଛି ଆମେରିକା ଫେଡ୍ ରିଜର୍ଭ ବ୍ୟଙ୍କର ସୁଧ ହାର ବୃଦ୍ଧି । ୟୁଏସ ଫେଡ୍ ରିଜର୍ଭ ସୁଧ ହାରରେ ୭୫ ବେସିସି ପଏଣ୍ଟର ବୃଦ୍ଧି କରିଥିଲା । ଏହି ବୃଦ୍ଧି ପରେ ସୁଏସର ୧୦ ବର୍ଷୀୟ ବଣ୍ଡ ୟିଲ୍ଡରେ ବଦ୍ଧି ହୋଇଛି । ଅନ୍ୟପଟେ ଡଲାର ସୂଚକାଙ୍କ ମଜଭୁତ ହୋଇଛି । ଏହି କାରଣରୁ ବିଦେଶୀ ନିବେଶକ ଭାରତୀୟ ବଜାରରୁ ଟଙ୍କା ବାହାର କରି ଭୟ ଆୟ ଦେବାକୁ ଥିବା ବଜାରରେ ନିବେଶ କରିବାକୁ ବିଚାର କରୁଛନ୍ତି ।

ଅନ୍ୟପଟେ ସୁଧ ହାରରେ ବୃଦ୍ଧି ଯୋଗୁଁ ନିବେଶକଙ୍କ ମଧ୍ୟରେ ମନ୍ଦାବସ୍ଥାର ଭୟ ରହିଛି । ଏହି କାରଣରୁ ଅନେକ ଘରୋଇ ନିବେଶକ ନିଜ ସେୟାର ସଠିକ ସମୟରେ ବିକ୍ରି କରୁଛନ୍ତି । ଏହା ପୂର୍ବରୁ ଆସନ୍ତା ସପ୍ତାହରେ ଆରବିଆଇ ଦ୍ୱାରା ପୁଣି ଥରେ ସୁଧ ହାର ବଢାଇବା ନେଇ ଅନୁମାନ କରାଯାଉଛି । ଏହି ସ୍ଥିତି ନିବେଶକଙ୍କ ଚିନ୍ତା ବଢାଇଛି ।

Related Articles

Back to top button