ଜାନୁଆରୀ ୨୯ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ

ଜାନୁଆରୀ ୨୯ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ। ଏନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଖଡଗେଙ୍କ ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ। ଦଳର ସଭାପତି ହେବା ପରେ ଖଡଗେଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସଙ୍ଗଠନକୁ ମଜବୁତ କରିବାକୁ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଖଡଗେ। ୨୯ରେ ଏକ ଜନସଭାକୁ ସମ୍ବୋଧିତ କରିବେ। କାର୍ଯ୍ୟକ୍ରମରେ ଓଡ଼ିଶାର ସବୁ ଜିଲା ସଭାପତି, ବ୍ଲକ ସଭାପତିଙ୍କ ସହ ୫୦ହଜାର ଲୋକ ଉପସ୍ଥିତ ରହିବେ।

Related Articles

Back to top button