ନିରୋଗ ରହିବା ଲାଗି ସେବନ କରନ୍ତୁ ‘ଅଦା ମିଶ୍ରିତ କ୍ଷୀର’

ଅଦା ପଡିଥିବା ଚା’ ପିଇଲେ ଯେତେ ସ୍ୱାଦିଷ୍ଟ ଲାଗେ ସେତିକି ଉପକାରୀ ମଧ୍ୟ। ଔଷଧିୟ ତତ୍ୱ ମଧ୍ୟରେ ଅଦା ନିଜ ସ୍ଥାନ ବଜାୟ ରଖିଛି। ଅଦାର ଫାଇଦା ତ ବହୁତ ଲୋକେ ଜାଣନ୍ତି କିନ୍ତୁ ବହୁତ କମ ଲୋକେ ଜାଣିଥିବେ କ୍ଷୀରରେ ଅଦା ମିଶାଇ ପିଇଲେ ଫାଇଦା ଦୁଇଗୁଣିତ ବଢିଯାଏ। ଅଦା ଦ୍ୱାରା ବହୁତ ରୋଗର ବିନାଶ ହୁଏ।

ଅଦାରେ ଆଣ୍ଟି ଇପ୍ଲେମେଣ୍ଟେରୀ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଥିବାରୁ ସର୍ଦ୍ଦି-କାଶରୁ ଏହା ଦୂର ରଖିଥାଏ। ସେହିପରି କ୍ଷୀରକୁ ପୂର୍ଣ୍ଣ ଆହାର କୁହାଯାଏ। ଯେତେବେଳେ ଆପଣ ଏହି ଦୁଇଟି ଖାଦ୍ୟକୁ ମିଶାଇ ସେବନ କରିବେ ଅଧିକ ଲାଭ ପାଇବେ।

ଅଦା କ୍ଷୀର ତିଆରି କରିବାକୁ ହେଲେ ପ୍ରଥମେ କ୍ଷୀରକୁ ଗରମ କରନ୍ତୁ ଆଉ ସେଥିରେ ଅଦାକୁ ଛୋଟ ଛୋଟ ଖଣ୍ଡ କରି ପକାଇ ଫୁଟାଇଦିଅନ୍ତୁ। ଏହାକୁ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ। ଅଦାଯୁକ୍ତ କ୍ଷୀର ପାଚନ କ୍ରିୟାକୁ ଶକ୍ତିଶାଳୀ କରିଥାଏ। ଏହାକୁ ପିଇଲେ ପେଟ ବ୍ୟଥା, ଏସିଡିଟି ଭଳି ସମସ୍ତ ରୋଗ ଦୂର ହୋଇଥାଏ। ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦିଏ ଅଦା ମିଶା କ୍ଷୀର।

କ୍ଷୀରରେ ଅଦା ମିଶାଇ ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଦେହ ଦୁର୍ବଳ ଲାଗେ ନାହିଁ  ତେଣୁ ଅଦା ମିଶା କ୍ଷୀର ପିଇବା ନିହାତି ଆବଶ୍ୟକ। ସେହିପରି ଥଣ୍ଡା, ଜ୍ୱର ଏବଂ କାଶରୁ ମୁକ୍ତି ଦିଏ ଅଦାଯୁକ୍ତ କ୍ଷୀର। ଗଳାର କିଛିବି ସମସ୍ୟା ହେଲେ ଅଦା ମିଶା କ୍ଷୀର ସେବନ କରନ୍ତୁ ଖୁବ ଶୀଘ୍ର ଲାଭ ପାଇବେ।

Related Articles

Back to top button