ପୁଣେରେ ପିଏଫଆଇ ଆନ୍ଦୋଳନବେଳେ ପାକିସ୍ତାନ ଜିନ୍ଦାବାଦ ନାରା

ମୁମ୍ବାଇ: ପୁଣେରେ PFI ର ଆନ୍ଦୋଳନବେଳେ ଶୁଣିବାକୁ ମିଳିଲା ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡିକ ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଅଭିଯୋଗରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଶୁକ୍ରବାର PFI ପକ୍ଷରୁ ଏକ ଆନ୍ଦୋଳନ କରାଯାଇଥିଲା।

ଏଥିରେ ଶତାଧିକ PFI କର୍ମୀ ସାମିଲ ହୋଇଥିଲେ । ବର୍ତ୍ତମାନ ଜାରି ରହିଥିବା CBI, ଇଡି ଓ ଏନଆଇଏ କାର୍ଯ୍ୟାନୁଷ୍ଠାନକୁ ଉଦ୍ଦେଶ୍ୟମୂଳକ ଦର୍ଶାଇ ନାରାବାଜି କରିବା ସହ ଆନ୍ଦୋଳନ ମଧ୍ୟ କରିଥିଲେ । ପରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଥାନାକୁ ଉଠାଇ ନେଇଥିଲା । ଥାନାକୁ ଉଠାଇ ନେବା ବେଳେ ପିଏଫଆଇ କର୍ମୀ ଆହ୍ଲା-ହୁ-ଅକବର ନାରା ସହ ପାକିସ୍ତାନ ଜିନ୍ଦାବାଦ ନାରା ମଧ୍ୟ ଦେଇଥିବା ଶୁଣିବାକୁ ମିଳିଥିଲା ।

ତେବେ ପ୍ରବଳ ଭିଡ ଭିତର ପାକିସ୍ତାନ ଜିନ୍ଦାବାଦ ନାରା ସ୍ପଷ୍ଟ ଶୁଣାଯାଉ ନଥିବାବେଳେ ସେଠାରେ ଥିବା ଗଣମାଧ୍ୟମ ପ୍ରତିନିଧି ପାକିସ୍ତାନ ଜିନ୍ଦାବାଦ ନାରା ଲାଗିଥିବା ନେଇ ସ୍ପଷ୍ଟ କରିଛନ୍ତି । ଘଟଣା ପରେ ପୋଲିସ ଆକ୍ସନମୋଡକୁ ଆସିଛି । ରିଆଜ ସଏଦ ନାମକ ଜଣେ ଯୁବକ ଏହି ଆନ୍ଦୋଳନର ନେତୃତ୍ବ ନେଉଥିବା ଦେଖିବାକୁ ମିଳିଥିଲା । ମୁଖ୍ୟ ଅଭିଯୁକ୍ତ ସଏଦ ସହିତ ମୋଟ ୭୦ରୁ ଉର୍ଦ୍ଧ୍ବ ପିଏଫଆଇ ସଦସ୍ୟଙ୍କ ନାମରେ ମାମଲା ରୁଜୁ କରିଛି ପୁଣେ ପୋଲିସ । ଘଟଣାର ତଦନ୍ତ ଜାରି ରହିଛି, ଫଳାଫଳ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।

Related Articles

Back to top button