ଶରୀରକୁ ହିତ ପଇଡ଼ ପାଣି

ପଇଡ଼ ପାଣି ଶରୀର ପାଇଁ ଖୁବ ଉପକାରୀ । ଏହାର ଏପରି ବହୁ ଗୁଣ ଅଛି ଯାହାକି ସଭିଏଁ ଅଳ୍ପ ବହୁତେ ଜାଣିଥିବେ । ପଇଡ଼ ପାଣି ପିଇବା ଦ୍ୱାରା କ’ଣ କ’ଣ ଉପକାର ମିଳେ , ଆସନ୍ତୁ ସେ ବିଷୟରେ ଜାଣିବା ।
ବାରମ୍ବାର ମୁଣ୍ଡ ବିନ୍ଧିବା , ଦରଜ ରହିବା ଆଦି ରୋଗରେ ପୀଡ଼ିତ ବ୍ୟକ୍ତି ନିୟମିତ ପଇଡ଼ ପାଣି ପିଇଲେ ସେଥିରୁ ଉପଶମ ମିଳେ ।

ପଇଡ଼ ପାଣିରେ କୋଲେଷ୍ଟ୍ରେଲ୍‍ ହ୍ରାସ କରିବାର ଶକ୍ତି ଥିବାରୁ ହୃତପିଣ୍ଡ ଜନିତ ସମସ୍ୟା ଦୂର ହୁଏ ।

ମେଦବହୁଳତା ହ୍ରାସ କରିବାରେ ମଧ୍ୟ ପଇଡ଼ ପାଣି ସାହାଯ୍ୟ କରେ । ନିୟମିତ ପଇଡ଼ ପାଣି ପିଉଥିବା ବ୍ୟକ୍ତିଙ୍କ ମେଦବହୁଳତା ୫ ପ୍ରତିଶତ ପର୍ଯ୍ୟନ୍ତ କମିପାରେ ।

ଏହାକୁ ନିୟମିତ ପିଇବା ଓ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚା ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ ।

ଏତଦ ବ୍ୟତୀତ ମୁହଁରେ ଥିବା ଦାଗକୁ ମଧ୍ୟ ପଇଡ଼ ପାଣି କମାଇଥାଏ ।

ପଇଡ଼ ପାଣିରେ ଭିଟାମିନ, ପୋଟାସିୟମ, ମାଗ୍ନେସିୟମ ଆଦି ଥିବା ହେତୁ ଏହା ରକ୍ତଚାପ ଜନିତ ସମସ୍ୟାକୁ ଦୂର କରିଥାଏ ।

ପଇଡ଼ ପାଣି ମାନସିକ ଦୁଶ୍ଚିତାରୁ ମୁକ୍ତ ରଖେ ।

ଏହାଛଡ଼ା ଗର୍ଭାବସ୍ଥାରେ ମହିଳାମାନେ ପଇଡ଼ ପାଣି ପିଇବା ଦ୍ୱାରା ମଧ୍ୟ ଉପକାର ମିଳିଥାଏ । ଏଥିରେ ବହୁ ରୋଗ ପ୍ରତିଷେଧକ ଶକ୍ତି ଥିବାରୁ ଉଭୟ ମା’ ଓ ଶିଶୁଙ୍କୁ ବହୁ ରୋଗରୁ ରକ୍ଷା କରିଥାଏ । ଏହା ପେଟକୁ ମଧ୍ୟ ଥଣ୍ଡା ରଖିଥାଏ ।

Related Articles

Back to top button