ପ୍ରାକୃତିକ ଉପାୟରେ କେଶ ଝଡିବା ତଥା ପାଚିବା ସମସ୍ୟାରୁ ମୁକ୍ତି

ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ କେଶ ସମସ୍ୟାକୁ ନେଇ ଚିନ୍ତିତ। କମ ବୟସରେ କେଶ ଧଳା ହୋଇ ଝଡିବା ଏକ ମୁଖ୍ୟ ସମସ୍ୟା। ଆଧୁନିକ ଜୀବନଶୈଳୀ ସହ କେମିକାଲରେ   ନିର୍ମିତ ସାମ୍ପୁ, କଣ୍ଡିଶନର, ତେଲ ଆଦି ବ୍ୟବହାର ଏହାର ମୁଖ୍ୟ କାରଣ। ତେବେ ଆପଣ ଯଦି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ। କାରଣ ପ୍ରାକୃତିକ ଉପାୟରେ ଏକ ପତ୍ରର ଗୁଣ୍ଡରେ ଏହି ସମସ୍ୟା ଦୂର ହୋଇପାରିବ।
ପିଜୁଳି ଗଛର ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଏହା କେଶ ଝଡିବା ତଥା କେଶ ପାଚିବା ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ।

ବ୍ୟବହାର ବିଧି:

ପିଜୁଳି ପତ୍ରକୁ ଶୁଖାଇ ଗୁଣ୍ଡ କରି ଦିଅନ୍ତୁ। ଏବେ ସେଥିରେ ୨ କିମ୍ବା ତିନି ବୁନ୍ଦା ଲେମ୍ବୁ ରସ ମିଶାଇ ମୁଣ୍ଡରେ ଲଗାନ୍ତୁ। ଏହାର ୨୦ ମିନିଟ ପରେ କେଶକୁ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ। ୩ ସପ୍ତାହ ଏପରି କରିବା ଦ୍ୱାରା କେଶ କଳା ହେବା ସହ ଧଳା ହୋଇଯାଇଥିବା କେଶ ମଧ୍ୟ କଳା ହୋଇଯାଏ।

Related Articles

Back to top button