ପୁରୀ ଲୋକନାଥ ମନ୍ଦିର ପରିଦର୍ଶନ କଲେ ୫-ଟି ସଚିବ

ପୁରୀ: ଖୁବଶୀଘ୍ର ପୁରୀରେ ଥିବା ଲୋକନାଥ ମନ୍ଦିରର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ କରାଯିବ। ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ରୂପାନ୍ତରିତ କରିବା ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲିଛି। ଏହି କ୍ରମରେ ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରର ଉନ୍ନତିକରଣ ଓ ସୋନ୍ଦର୍ଯ୍ୟକରଣ କାମ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।ସେଥିପାଇଁ  ସୋମବାର ସନ୍ଧ୍ୟାରେ ୫ଟି(5T) ସଚିବ ଭିକେ ପାଣ୍ଡିଆନ୍ ପୁରୀ ଆସି ଲୋକନାଥ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ସହ ସମୀକ୍ଷା କରିଛନ୍ତି।

ପାଣ୍ଡିଆନ୍‌ ଲୋକନାଥ ମନ୍ଦିରରେ ପହଞ୍ଚିବା ପରେ ଲୋକନାଥ ମନ୍ଦିର ସେବାୟତ, ଜିଲ୍ଲାପାଳ, ଉପଜିଲ୍ଲାପାଳ ତାଙ୍କୁ ସ୍ବାଗତ କରିବା ସହ ମନ୍ଦିରକୁ ପାଛୋଟି ନେଇଥିଲେ। ଏହାସହ ମନ୍ଦିରର କିଭଳି ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ ହେବ  ସେନେଇ ସେବାୟତଙ୍କ ସହ ଆଲୋଚନା କରିଥିଲେ। ଲୋକନାଥ ମନ୍ଦିର ଭିତର ଓ ବାହାର ବେଢ଼ା ବୁଲି ଦେଖିବା ସହିତ ମନ୍ଦିର ବାହାରେ ଯାତ୍ରୀଙ୍କ ପାଇଁ କମ୍ୟୁନିଟି ସେଣ୍ଟର (ଗୋଷ୍ଠୀ କେନ୍ଦ୍ର), ବିଶ୍ରାମ ଗାର, ମନ୍ଦିର ଚାରିପଟେ ପାଚେରୀ ତିଆରି, ବିଦ୍ୟାଳୟ ତିଆରି ପାଇଁ ସେବାୟତମାନେ ଅନୁରୋଧ କରିଥିଲେ। ସାମାନ୍ୟ ବର୍ଷା ହେଲେ ଲୋକନାଥ ମନ୍ଦିର ଭିତରେ ବର୍ଷା ଜଳ ଜମୁଥିବାରୁ ଜଳ ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ କହିଥିଲେ।

ସେହିପରି ମନ୍ଦିର ଆଗରେ ପେଭର ବ୍ଲକ ବିଛାଇବା, ଜିଆଇ ଗେଟ ତିଆରି କରିବା, ପାର୍କିଂ ବ୍ୟବସ୍ଥା କରିବା , ପାଦ ଓ ହାତ ଧୋଇବା ବ୍ୟବସ୍ଥା, ପାର୍କିଂ ଅଞ୍ଚଳ ଓ ପାର୍ବତୀ ସାଗର ପୋଖରୀ ଉନ୍ନତିକରଣ ପାଇଁ ଯୋଜନା ରହିଛି। ଖୁବଶୀଘ୍ର ଲୋକନାଥ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଫାଇଭ ଟି ସଚିବ ସେବାୟତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଲୋକନାଥ ମନ୍ଦିରରେ ବନ୍ଦ ଥିବା ନୀତି କାନ୍ତି କିପରି ପୁଣିଥରେ  ଆରମ୍ଭ ହେବ ସେ ନେଇ ମଧ୍ୟ ୫ଟି ସଚିବଙ୍କୁ ସେବାୟତମାନେ ଜଣାଇଇଛନ୍ତି। ତେବେ ଫାଇଭ-ଟି ସଚିବ ପ୍ରଭୁ ଲୋକନାଥଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିଛନ୍ତି।

Related Articles

Back to top button