ନମସ୍କାରର ଜାଣନ୍ତୁ ମାହାତ୍ମ୍ୟ

ନମସ୍କାର ଏକ ଶ୍ରେଷ୍ଠ ସଂସ୍କାର ଅଟେ। ଭଗବାନ୍‌ଙ୍କ ଆଗରେ ହେଉ ଅବା ମାତା-ପିତାଙ୍କ ସମ୍ମୁଖରେ କିମ୍ବା କୌଣସି ବୟସ୍କ ବ୍ୟକ୍ତି ତଥା ସନ୍ଥ-ମହାପୁରୁଷଙ୍କ ଆଗରେ ହାତ ଯୋଡ଼ି ନତମସ୍ତକ ହେଲେ, କୁହାଯାଏ ମନରେ ଥିବା ଅହଂକାର ଦୂର ହୋଇ ଅନ୍ତଃକରଣ ଶୁଦ୍ଧ ହୋଇଯାଏ। କେବଳ ସେତିକି ନୁହେଁ, ହୃଦୟରେ ଶୁଦ୍ଧ ଆଚରଣ, ନିଷ୍ଠା ଓ ପବିତ୍ରତା ଆସେ। ମାନସିକ ଶାନ୍ତି ବି ମିଳେ। ତା’ସହିତ ଆଚରଣରେ ସଂଯମତା ଆସେ, ହୃଦୟରେ ସମର୍ପଣଭାବ ବି ଆସେ ଏବଂ ମନ ସରଳ ଓ ସାତ୍ତ୍ୱିକ ହେବା ସହ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ତେଣୁ ଆଧୁନିକତାର ବଶବର୍ତ୍ତୀ ହୋଇ ନମସ୍କାର କରିବାର ସଂସ୍କାରକୁ କେବେ ବି ଭୁଲିବା ଉଚିତ ନୁହେଁ କି ଏହାର ଅବମାନନା କରିବା ବି ଠିକ୍‌ ନୁହେଁ। କାରଣ ନମସ୍କାର ମଣିଷକୁ ଜୀବନ ପଥରେ ସଠିକ୍‌ ମାର୍ଗ ଦେଖାଇଥାଏ।

Related Articles

Back to top button