କରୋନା ଯୋଦ୍ଧାଙ୍କ କାହାଣୀ ଉପରେ ପୁସ୍ତକ

ନୂଆଦିଲ୍ଲୀ: ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶନିବାର କରୋନା ସଙ୍କଟ ସମୟରେ ଦେଶର ଲୋକଙ୍କୁ ସେବା କରୁଥିବା ତଥା ଜୀବନ ଏବଂ ମୃତ୍ୟୁ ସହ ସଂଗ୍ରାମ ସମୟରେ ସେମାନଙ୍କୁ ସାହାଯ୍ୟ କରୁଥିବା କରୋନା ଯୋଦ୍ଧା ସେନାର ଡାକ୍ତର ଏବଂ ନର୍ସମାନଙ୍କ ଉପରେ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ଏଥିରେ ସେନାର କରୋନା ଯୋଦ୍ଧାଙ୍କର ୩୨ ଟି କାହାଣୀ ଏବଂ କବିତା ଅଛି ।

ଜଣେ ସେନା ଅଧିକାରୀ କହିଛନ୍ତି ଯେ ପୁସ୍ତକ ମେମୋରିଜ୍‌ ଅଫ କୋଭିଡ ୱାରିୟର୍ସ ଇନ ଅଲିଭ ଗ୍ରୀନରେ ସେନା ଡାକ୍ତର ଏବଂ ନର୍ସମାନଙ୍କ ଅଭିଜ୍ଞତାକୁ ସଂଗ୍ରହ କରାଯାଇ ଏହାକୁ ପ୍ରକାଶିତ ହୋଇଛି।

ଦୁଇ ବର୍ଷ ଧରି ଚାଲିଥିବା କରୋନା ବିରୋଧରେ ଲଢ଼େଇରେ ଭାରତୀୟ ସେନାର ମଧ୍ୟ ବହୁ ଅବଦାନ ରହିଛି। ହଜାର ହଜାର ଆକ୍ରାନ୍ତ ସାମରିକ ଡାକ୍ତରଖାନା ଏବଂ କରୋନା କ୍ୟାମ୍ପରେ ଚିକିତ୍ସିତ ହେଉଥିଲେ। ସମଗ୍ର ଦେଶରେ ଥିବା ବିଭିନ୍ନ ସେନା କେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା।

Related Articles

Back to top button