ନାଚୁରାଲ ଆଣ୍ଟିବାୟୋଟିକ୍‌ ଯାହା ଶରୀରରେ ବଢ଼ାଏ ରୋଗପ୍ରତିରୋଧକ ଶକ୍ତି

ଶରୀରରେ ରୋଗପ୍ରତିରୋଧକ ଶକ୍ତି କମିଗଲେ ବିଭିନ୍ନ ପ୍ରକାରର ରୋଗ ହେବାର ଆଶଙ୍କା ରହିଥାଏ। ସେଥିପାଇଁ ଅନେକେ ଏହି ଶକ୍ତିକୁ ବଢାଇବା ପାଇଁ ମାର୍କେଟ୍‌ରେ ମିଳୁଥିବା ବିଭିନ୍ନ ପ୍ରକାରର ନାମୀଦାମୀ ଔଷଧ କିଣି ସେବନ କରିଥାନ୍ତି। କେତେବେଳେ ଏହା କାମ ଦେଇଥାଏ ତ ଆଉ କେତେବେଳେ ମେଡିସିନ୍‌ ରିଆକ୍ସନ ହୋଇ ଶରୀରରେ ଆହୁରି କେତୋଟି ନୂଆ ରୋଗ ସୃଷ୍ଟି କରିଦେଇଥାଏ। ସେଥିପାଇଁ ଆଜିକାଲି ଦେଖିବାକୁ ମିଳୁଛି, ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ କେମିତି ପ୍ରାକୃତିକ ଉପାୟରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇପାରିବ ସେ ନେଇ ବହୁ ପରାମର୍ଶମାନ ଦେଉଛନ୍ତି। ଆଉ ଏଥିପାଇଁ ଯେଉଁ ସବୁ ଜିନିଷ ଆବଶ୍ୟକ ତାହା ଅତି ସହଜରେ ଘରେ ହିଁ ମିଳିପାରୁଛି। ସେଥିପାଇଁ ସେଗୁଡ଼ିକୁ ନାଚୁରାଲ ଆଣ୍ଟିବାୟୋଟିକ୍‌ ବୋଲି ବି କୁହାଯାଉଛି। ଯେମିତିକି-

ମହୁ: ଏଥିରେ ହିଲିଂ ପାଓ୍ବାର୍‌ ପ୍ରଚୁର ଥିବାରୁ ଏହା ସଂକ୍ରମଣକୁ ରୋକିବା ସହ ଘା’କୁ ଶୀଘ୍ର ଶୁଖାଇବାରେ ବେଶ୍‌ ସହାୟକ ହୋଇଥାଏ। ତେଣୁ ପ୍ରତିଦିନ କିଛି କିଛି ମହୁ ଖାଇବା ଶରୀର ପକ୍ଷେ ଭଲ।

ରସୁଣ: ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଗୁଣ ପ୍ରଚୁର ରହିଛି। ପ୍ରତିଦିନ ମାତ୍ର ଦୁଇଟି ରସୁଣ କୋଲା ଖାଇଲେ ବି ଶରୀରକୁ ବହୁ ଉପକାର ମିଳିଥାଏ।

ହଳଦୀ: ଏଥିରେ ଥିବା ଔଷଧୀୟ ଗୁଣ ଶରୀରର କ୍ଷତକୁ ଶୀଘ୍ର ଠିକ୍‌ କରିଥାଏ। ପ୍ରତିଦିନ ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଇଲେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

Related Articles

Back to top button