କୋରାପୁଟରେ ଲୋକାର୍ପିତ ହେଲା ରାଜ୍ୟର ପ୍ରଥମ ସିକିଲସେଲ ଆଇସିୟୁ

କୋରାପୁଟ: ରାଜ୍ୟର ପ୍ରଥମ ସିକିଲସେଲ ଆଇସିୟୁର ଉଦଘାଟନ ହୋଇଯାଇଛି । କୋରାପୁଟ ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ସିକିଲସେଲ ରୋଗୀଙ୍କ ପାଇଁ ଏକ ସ୍ବତନ୍ତ୍ର ଆଇସିୟୁ ସହ ମେଡିକାଲ କଲେଜରେ ଟେଷ୍ଟିଂ ଲ୍ୟାବ ଉଦଘାଟିତ ହୋଇଯାଇଛି । ଏଥିପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲା ସହ ପଡୋଶୀ ଜିଲ୍ଲାର ରୋଗୀମାନେ ଲାଭବାନ ହୋଇପାରିବେ ।

ରାଜ୍ୟ ସରକାରଙ୍କ ଉଦ୍ୟମରେ ଓଡିଶାରେ ପ୍ରଥମ ସିକିଲସେଲ ଆଇସିୟୁ କୋରାପୁଟ ମେଡିକାଲରେ ଉଦଘାଟନ ହୋଇଛି । ଆଦିବାସୀ ଅଞ୍ଚଳରେ ସିକିଲ ରୋଗୀ ମାନଙ୍କର ସଂଖ୍ୟା ଅଧିକ ଥାଏ । ବର୍ତ୍ତମାନ ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ ନିମିତ୍ତ ଆଉ କୌଣସି ଅସୁବିଧା ହେବ ନାହିଁ ବୋଲି ସହିଦ ଲକ୍ଷ୍ମଣ ନାୟକ ମେଡିକାଲର ଅଧିକ୍ଷକ ପ୍ରଫେସର ସୀତାରାମ ମହାପାତ୍ର କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, “ପୂର୍ବରୁ ଏହି ରୋଗର ସଫଳ ଚିକିତ୍ସା ପାଇଁ ଅନ୍ୟ ରାଜ୍ୟ ଉପରେ ସିକିଲସେଲ ରୋଗୀମାନେ ନିର୍ଭର କରୁଥିଲେ । ଏଥିସହିତ ଉଚ୍ଚମାନର ପରୀକ୍ଷା କରାଇବା ପାଇଁ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ ।” ତେବେ ବର୍ତ୍ତମାନ ଏଠାକାର ଟେଷ୍ଟିଂ ଲାବରେ ସମସ୍ତ ପରୀକ୍ଷା ବିନା ଖର୍ଚ୍ଚରେ କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି

Related Articles

Back to top button