
ହାଇ ବ୍ଲଡ୍ପ୍ରେସରକୁ ନିୟନ୍ତ୍ରଣରେ ରଖିବ ପିଆଜ ଚା’
ଉଚ୍ଚ ରକ୍ତଚାପକୁ ହାଇପରଟେସନ୍ ମଧ୍ୟ କୁହାଯାଏ। ଏହି ସମସ୍ୟା ପ୍ରାୟତଃ ସମସ୍ତଙ୍କ ଠାରେ ଦେଖିବାକୁ ମିଳେ। ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଅନେକ ଲୋକ ଔଷଧ ମଧ୍ୟ ଗ୍ରହଣ କରନ୍ତି। କିନ୍ତୁ ପ୍ରତିଥର ଔଷଧ ଖାଇବା ଦ୍ୱାରା ବିପି ନିୟନ୍ତ୍ରଣରେ ରହିବା ସମ୍ଭବ ନୁହେଁ। ହାଇ ବିପି ରହିବା ଏକ ବିପଜ୍ଜନକ ସମସ୍ୟା। ଯାହା ହୃଦଘାତ, ଷ୍ଟ୍ରୋକ୍ ଇତ୍ୟାଦି ଜୀବନ ନେବା ଭଳି ସମସ୍ୟା ସୃଷ୍ଟି କରେ। ଏଥିପାଇଁ ପ୍ରତିଦିନ ଏକ କପ୍ ପିଆଜ ଚା’ ପିଇବା ଉଚିତ୍। ଏହା ବିପି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ।
ପିଆଜରେ ଫ୍ଲାଭୋନୋଲ ଏବଂ ହାଇ କ୍ୱେରେସିଟିନ୍ ନାମକ ଏକ ପିଗମେଣ୍ଟ ଥାଏ। ଯାହା ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ କିଛି ରିସର୍ଚରରୁ ଜଣାପଡିଛି ଯେ ପିଆଜ କିମ୍ବା ପିଆଜ ଚା ମଧ୍ୟ ଆପଣଙ୍କୁ ହୃଦରୋଗରୁ ଦୂରେଇ ରଖେ। ତେବେ ଆସନ୍ତୁ ଜାଣିବା ପିଆଜ ଚା’ ତିଆରି କରିବାର ସହଜ ଉପାୟ।
ସାମଗ୍ରୀ :
. କଟା ହୋଇଥିବା ପିଆଜ
. ୨/୩ ଲବଙ୍ଗ ଏବଂ ରସୁଣ ପାଖୁଡା
. ୧ ଚାମଚ ମହୁ
.୧-୨ କପ୍ ପାଣି
. ତେଜ ପତ୍ର କିମ୍ବା ଡାଲଚିନି
ପିଆଜ ଚା’ ତିଆରି କରିବା ପାଇଁ ପ୍ରଥମେ ଏକ ପ୍ୟାନରେ ପାଣି ଫୁଟାନ୍ତୁ। ଏହା ପରେ କଟା ପିଆଜ, କଟା ରସୁଣ, ଲବଙ୍ଗ ଏବଂ ତେଜ ପତ୍ରକୁ ଫୁଟୁଥିବା ପାଣିରେ ମିଶାନ୍ତୁ। ଏହି ସମସ୍ତ ସାମଗ୍ରୀକୁ କିଛି ସମୟ ପାଇଁ ଫୁଟିବାକୁ ଛାଡି ଦିଅନ୍ତୁ । ପରେ ଗୋଟି ପାତ୍ରରେ ଛାଣି କପ୍କୁ ବାହାର କରି ସ୍ୱାଦ ଅନୁସାରେ ମହୁ ଏବଂ ଡାଲଚିନି ପାଉଡର ମିଶାନ୍ତୁ। ପ୍ରତିଦିନ ସକାଳେ ଏହି ଚା’ ପିଅନ୍ତୁ, ଏହା ଆପଣଙ୍କୁ ଏନର୍ଜିଟିକ୍ ରଖିବା ସହିତ ଆପଣଙ୍କ ବିପିକୁ ମଧ୍ୟ ନିୟନ୍ତ୍ରଣରେ ରଖିବ।