ମାତ୍ରାଧିକ ଆଣ୍ଟିବାୟୋଟିକ ସେବନ କଲେ ହୋଇପାରନ୍ତି ବଧିର

ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ବିପଦଜନକ ହେଉଛି ଆଣ୍ଟିବାୟୋଟିକର ଅତ୍ୟଧିକ ବ୍ୟବହାର। ଡାକ୍ତରଙ୍କ ପରାମର୍ଶ ବିନା ଏହି ଔଷଧର ଅବାଧ ବ୍ୟବହାର ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇ ପାରେ। ଆପଣ ଜାଣନ୍ତି କି ଆଣ୍ଟିବାୟୋଟିକର ମାତ୍ରାଧିକ ବ୍ୟବହାର ଆପଣଙ୍କୁ ବଧିର କରିପାରେ ଏବଂ କାନର କୋଷଗୁଡ଼ିକ ମରିଦିଏ। ଯେଉଁଥିପାଇଁ ଜଣେ ସୁସ୍ଥ ବ୍ୟକ୍ତିଙ୍କର ଶ୍ରବଣ ଶକ୍ତି କମିଯାଏ।

ଇଣ୍ଡିଆନା ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନର ଅନୁସନ୍ଧାନକାରୀମାନେ ଏକ ସର୍ଭେ କରିଛନ୍ତି। ଏହି ରିପୋର୍ଟରେ କରିଛନ୍ତି ଯେ ଆଣ୍ଟିବାୟୋଟିକ୍ ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ଶୁଣିବା ଶକ୍ତି କମିଯାଏ। କାନରେ ଥିବା କୋଷଗୁଡ଼ିକରେ ଏକ ଅଟୋଫ୍ୟାଗି ମେକାନିଜିମ୍ ସୃଷ୍ଟି କରିଥାଏ, ଯାହା ଦ୍ୱାରା ଶ୍ରବଣ କୋଷଗୁଡ଼ିକ ସଂପୂର୍ଣ୍ଣ ମରିଯାଏ।

ଅନେକ ସମୟରେ ଲୋକମାନେ ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ହେଲେ ଆଣ୍ଟିବାୟୋଟିକ୍ ଔଷଧ ଖାଇଦିଅନ୍ତି। କରୋନା କବଳରୁ ରକ୍ଷା ପାଇବା ପାଇଁ କିଛି ଲୋକେ ଆଣ୍ଟିବାୟୋଟିକ ଅତ୍ୟଧିକ ବ୍ୟବହାର କରିଛନ୍ତି। ଆପଣ ଜାଣନ୍ତି କି ଆଣ୍ଟିବାୟୋଟିକର ଅତ୍ୟଧିକ ବ୍ୟବହାର ଦ୍ୱାରା ଅନ୍ୟାନ୍ୟ ରୋଗର ଶିକାର ହୋଇପାରନ୍ତି।

ଆଣ୍ଟିବାୟୋଟିକ ଔଷଧ ଅତ୍ୟଧିକ ବ୍ୟବହାର ହେତୁ ଆଣ୍ଟିବାୟୋଟିକ୍ ରେଜିଷ୍ଟେନ୍ସ ହୋଇପାରେ। ଯେଉଁ କାରଣରୁ ଶରୀରରେ ଥିବା ବ୍ୟାକ୍ଟେରିଆ ଉପରେ କୌଣସି ଔଷଧର ପ୍ରଭାବ ପଡିପାରେ ନାହିଁ। ଯଦି ଆପଣଙ୍କୁ ଥଣ୍ଡା ଜ୍ୱର ଭଳି ଛୋଟ ସମସ୍ୟା ଦେଖାଦିଏ, ତେବେ ଆପଣ ଆଣ୍ଟିବାୟୋଟିକ ଔଷଧ ଖାଇବା ଅଭ୍ୟାସ ବନ୍ଦ କରିବାକୁ ପଡିବ। ଆଣ୍ଟିବାୟୋଟିକର ଅତ୍ୟଧିକ ବ୍ୟବହାରର ପାର୍ଶ୍ୱ ପ୍ରତିକ୍ରିୟା ହେବାର ଆଶଙ୍କା ଥାଏ। ତେବେ ଆସନ୍ତୁ ଜାଣିବା ସେ ବିଷୟରେ।

ସାମାନ୍ୟ ରୋଗ ପାଇଁ ଆଣ୍ଟିବାୟୋଟିକ୍ ସେବନ କରିବା ଦ୍ୱାରା ହଜମ ସହିତ ଜଡିତ ଭଲ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଏ। ଯାହା ଦ୍ୱାରା ଡାଇରିଆ, ପେଟ ଯନ୍ତ୍ରଣା ଏବଂ ବାନ୍ତି ହୁଏ। ମୁଣ୍ଡ ବୁଲାଇବା, ଝାଡ଼ା, ପେଟ ଯନ୍ତ୍ରଣା ଏବଂ ଆଲର୍ଜି ରିଏକ୍ସନ ହୋଇପାରେ। ତେଣୁ ଆପଣଙ୍କ ଇଚ୍ଛା ଅନୁଯାୟୀ ଆଣ୍ଟିବାୟୋଟିକ୍ ସେବନ କରନ୍ତୁ ନାହିଁ। କେବଳ ଡାକ୍ତରଙ୍କ ପରାମର୍ଶରେ ଏହି ଔଷଧ ଖାଆନ୍ତୁ। ଆଣ୍ଟିବାୟୋଟିକ୍ ସବୁ ସମୟରେ ଆପଣଙ୍କ ଶରୀର ପାଇଁ ସହାୟକ ନୁହେଁ। ଯଦି ଆପଣଙ୍କର ଥଣ୍ଡା କିମ୍ବା ଗଳା ଯନ୍ତ୍ରଣା ହୁଏ ତେବେ ଆପଣ କିଛି ଘରୋଇ ଉପଚାର କରିପାରିବେ।

Related Articles

Back to top button