ICUରେ ଭର୍ତ୍ତିହେଲେ ମୁଲାୟମ ସିଂହ ଯାଦବ, ସ୍ବାସ୍ଥ୍ୟବସ୍ଥା ଗୁରୁତର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର । ତାଙ୍କୁ ମେଦାନ୍ତ ହସ୍ପିଟାଲ୍‌ର ICUରେ ଭର୍ତ୍ତି କରାଯାଇଛି । ପୂର୍ବରୁ ଅସୁସ୍ଥ କାରଣରୁ ଦିଲ୍ଲୀର ମେଦାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ତେବେ ରବିବାର ତାଙ୍କ ସ୍ବାସ୍ଥ୍ୟ ଅବନ୍ନତି ଘଟିବାରୁ ତାଙ୍କୁ ICUରେ ଭର୍ତ୍ତି କରାଯାଇଛି । ଡାକ୍ତର ଲଗତାର ମୁଲାୟମ ସିଂହ ଯାଦବଙ୍କ ଉପରେ ନଜର ରଖିଛନ୍ତି ।

ସେପଟେ ମୂଲାୟମ ସିଂହ ଯାଦବ ICUରେ ଭର୍ତ୍ତି ହେବା ଖବର ଶୁଣିବା ପରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଷ ଯାଦବ ଦିଲ୍ଲୀ ଗସ୍ତ କରିଛନ୍ତି । ସେପଟେ ମେଦାନ୍ତ ହସ୍ପିଟାଲ୍‌ରେ ମୂଲାୟମଙ୍କ ସାନପୁଅ ଶିବପାଳ ଯାଦବ ତାଙ୍କ ବୋହୂ ଅପର୍ଣ୍ଣା ଯାବଦ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ପହଞ୍ଚିଛନ୍ତି । ସୂଚନା ଅନୁଯାୟୀ ମୂଲାୟମ ସିଂହ ଯାଦବଙ୍କ ଅକ୍ସିଜେନ୍‌ ଲେଭଲ କମିଥିବାବେଳେ ତାଙ୍କ ରକ୍ତଚାପ ମଧ୍ୟ କମି ଯାଇଥିଲା । ଶ୍ବାସକ୍ରିୟାରେ ସମସ୍ୟା ଦେଖା ଦେଇଥିଲା ।

ବରିଷ୍ଠ ଡାକ୍ତର ନରେଶ ତ୍ରେହନ୍‌ ୮୨ ବର୍ଷୀୟ ମୂଲାୟମ ସିଂହ ଯାଦବଙ୍କ ଚିକିତ୍ସା ଦାୟିତ୍ବରେ ରହିଛନ୍ତି । ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ପରେ ଆଶୁ ଆରୋଗ୍ୟ କାମନା କରିଛନ୍ତି ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟା । ସେ କହିଛନ୍ତି, “ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୂଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଥିବା ଖବର ପାଇଲି । ଭଗବାନଙ୍କ ନିକଟରେ ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।”

ପ୍ରାୟତଃ ସମୟରେ ପେଟ ଯନ୍ତ୍ରଣା ସମସ୍ୟାରେ ରହୁଥିଲେ ମୁଲାୟମ । ଏଥିପାଇଁ ପୂର୍ବରୁ ମଧ୍ୟ ସେ ଅନେକ ଥର ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ । ଗତ ବର୍ଷ ଡିସେମ୍ବର ମାସରେ ମଧ୍ୟ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ।

Related Articles

Back to top button