ଗର୍ଭାବସ୍ଥାରେ ମାଆର ସତର୍କତା ବଞ୍ଚାଇବ ଶିଶୁର ଜୀବନ

ଦୁନିଆ ଦେଖିବା ପୂର୍ବରୁ ବା ଜନ୍ମର କିଛି ସମୟ ପରେ ଆଖି ବୁଜିଥିବା ଶିଶୁଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ, ଅକ୍ଟୋବର ମାସକୁ ଗର୍ଭାସ୍ଥ ଏବଂ ଜନ୍ମିତ ଶିଶୁ ହାନି ସ୍ମରଣ ମାସ  ଭାବରେ ପାଳନ କରାଯାଏ । କୌଣସି ପରିବାର ପାଇଁ, ବିଶେଷକରି ଜଣେ ମାଆ ପାଇଁ, ଏକ ଗର୍ଭସ୍ଥ ଶିଶୁ କିମ୍ବା ନବଜାତର ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏବଂ ମିଳିତ ଜାତିସଂଘ ଅନୁଯାୟୀ, ପ୍ରତିବର୍ଷ ଦୁଇ ଲକ୍ଷରୁ ଅଧିକ ଗର୍ଭରେ ଏବଂ ଜନ୍ମିତ ଶିଶୁଙ୍କ ମୃତ୍ୟୁ ଘଟୁଛି । ଅନ୍ୟ ପଟେ, 2015 ମସିହାରେ, ପ୍ରାୟ 2.6 ନିୟୁତ ମୃତ୍ୟୁହାର ରିପୋର୍ଟ ହୋଇଥିଲା, ଯେଉଁଥିରେ ପ୍ରତିଦିନ ମୃତ୍ୟୁ ସଂଖ୍ୟା ପ୍ରାୟ 7 ହଜାର 178 ଥିଲା । ବିକାଶଶୀଳ ଦେଶମାନଙ୍କରେ ଏହି ମାମଲାଗୁଡ଼ିକ ମଧ୍ୟମରୁ ଅଧିକ ଚିହ୍ନଟ କରାଯାଇଥିଲା ।

ଇତିହାସ

ଏହି ବିଶେଷ କାର୍ଯ୍ୟକ୍ରମ ପ୍ରଥମେ ଆମେରିକା ଏବଂ କାନାଡାରେ ଗର୍ଭସ୍ଥ ଏବଂ ଜନ୍ମିତ ଶିଶୁ ମୃତ୍ୟୁ ସ୍ମରଣ ଦିବସ ଭାବରେ ପରିଚିତ ହୋଇଥିଲା । ମିଳିତ ଜାତିସଂଘର ତତ୍କାଳୀନ ସଭାପତି ରୋନାଲ୍ଡ ରେଗାନ୍ ପ୍ରଥମେ ଅକ୍ଟୋବର 25, 1988 ରେ ଗର୍ଭସ୍ଥ ଏବଂ ଜନ୍ମିତ ଶିଶୁ ମୃତ୍ୟୁ ସ୍ମରଣ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ । 2000 ମସିହାରେ, ରବିନ୍ ବେର, ଲିସା ବ୍ରାଉନ୍ ଏବଂ ଟମି ନୋଭାକ ଅକ୍ଟୋବର 15 କୁ ଗର୍ଭସ୍ଥ ଏବଂ ଜନ୍ମିତ ଶିଶୁ ମୃତ୍ୟୁ ସ୍ମରଣ ଦିବସ ଭାବରେ ପାଳନ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ । ସେହି ଦିନଠାରୁ, ପ୍ରତିବର୍ଷ 15 ଅକ୍ଟୋବରରେ ସମଗ୍ର ବିଶ୍ୱରେ ଏହି ବିଶେଷ ଦିବସ ଆୟୋଜିତ ହୋଇଥାଏ ଏବଂ ଅକ୍ଟୋବର ମାସ ଗର୍ଭସ୍ଥ ଏବଂ ଜନ୍ମିତ ଶିଶୁ ମୃତ୍ୟୁ ସ୍ମରଣ ମାସ ଭାବରେ ପାଳନ କରାଯାଏ ।

ଉଦ୍ଦେଶ୍ୟ

ଗର୍ଭସ୍ଥ ଏବଂ ଜନ୍ମିତ ଶିଶୁ ମୃତ୍ୟୁ ସ୍ମରଣ ମାସ ପାଳନ କରିବାର ଉଦ୍ଦେଶ୍ୟ କେବଳ ଗର୍ଭଧାରଣ ସମୟରେ, ଜନ୍ମ ସମୟରେ କିମ୍ବା ପରେ ପ୍ରାଣ ହରାଇଥିବା ପିଲାମାନଙ୍କୁ ମନେ ରଖିବା ନୁହେଁ, ବରଂ ଗର୍ଭଧାରଣ, ପ୍ରସବ ଏବଂ ନବଜାତକ ମୃତ୍ୟୁର କାରଣ ତଥା ପ୍ରତିରୋଧ ବିଷୟରେ ସାଧାରଣ ଜନତାଙ୍କ ନିକଟରେ ସଚେତନତା ସୃଷ୍ଟି କରିବା । ଗୋଟିଏ ମାସ ଅବଧିରେ, ଗର୍ଭରେ ପ୍ରାଣ ହରାଇଥିବା କିମ୍ବା ଜନ୍ମର କିଛି ସମୟ ମଧ୍ୟରେ ପ୍ରାଣ ହରାଇଥିବା ପିଲାଙ୍କୁ ସ୍ମରଣ କରାଯାଇଥାଏ । ଏଥିସହ କିପରି ଭାବେ ଏହିପରି ସମସ୍ୟାକୁ ରୋକାଯାଇପାରିବ ସେ ବାବଦରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ ।

ଷ୍ଟିଲ୍ ବାର୍ଥ କଣ!

ସାଧାରଣତ ଲୋକମାନେ ଜାଣନ୍ତି ନାହିଁ ଯେ, ମାତୃ ଗର୍ଭରେ ଶିଶୁର ମୃତ୍ୟୁକୁ ସର୍ବଦା ଗର୍ଭପାତ କୁହାଯାଏ ନାହିଁ । ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (CDC) ଅନୁଯାୟୀ, ଯଦି ଗର୍ଭସ୍ଥ ଶିଶୁର ମାତୃ ଗର୍ଭରେ 20 ସପ୍ତାହ ପୂର୍ବରୁ ନଷ୍ଟ ହୋଇଯାଏ, ତେବେ ଏହାକୁ ଗର୍ଭପାତ ବୋଲି କୁହାଯାଏ । ଏଥି ସହିତ, 20 ସପ୍ତାହ ପରେ କିମ୍ବା ପୂର୍ବରୁ ମାତୃ ଗର୍ଭରେ ଶିଶୁର ମୃତ୍ୟୁ ଏବଂ ଜନ୍ମିତ ଶିଶୁର ମୃତ୍ୟୁ କୁ ଷ୍ଟିଲ୍ ବାର୍ଥ (Still Birth) କୁହାଯାଏ । ଅନେକ କାରଣରୁ ଏହି ଦୁଇଟି ଅବସ୍ଥା ସୃଷ୍ଟି ହୋଇପାରେ । ସେଥିମଧ୍ୟରୁ କିଛି ନିମ୍ନରେ ବର୍ଣ୍ଣନା କରାଯାଇଛି…

ଷ୍ଟିଲ୍ ବାର୍ଥର ଲକ୍ଷଣ

  • ଭ୍ରୁଣ ସଠିକ୍ ଭାବରେ ବିକଶିତ ନହେବା
  • ଜନ୍ମ ସମୟରେ ଶିଶୁର ଜନ୍ମଗତ ଅସ୍ୱାଭାବିକତା
  • 9 ମାସ ପରେ ମଧ୍ୟ ପିଲାଟି ସ୍ବତପ୍ରୋତ ଭାବେ ଜନ୍ମ ନହେବା
  • ଗର୍ଭାବସ୍ଥାରେ ମାଆର ରୋଗ ବା ସଂକ୍ରମଣ
  • ମାଆର ଉଚ୍ଚ ରକ୍ତଚାପ, ମେଦବହୁଳତା କିମ୍ବା ମଧୁମେହ ଭଳି ରୋଗର କାରଣ

ଗର୍ଭପାତ

  • ଜିନରେ ଅସ୍ୱାଭାବିକତା
  • ହରମନ୍ ସମ୍ବନ୍ଧୀୟ ସମସ୍ୟା
  • ଯେକୌଣସି ପ୍ରକାର ସଂକ୍ରମଣ
  • ମଧୁମେହ ଥାଇରଏଡ୍ ପରି ସମସ୍ୟା
  • ମଦ୍ୟପାନ କିମ୍ବା ଡ୍ରଗ୍ସ ଭଳି ନିଶା ସାମଗ୍ରୀ ସେବନ

ଗର୍ଭାବସ୍ଥାରେ ସତର୍କତା

ସମଗ୍ର ବିଶ୍ୱରେ ଡାକ୍ତରମାନେ ଗର୍ଭଧାରଣ ସମୟରେ ମହିଳାଙ୍କୁ ଡାଏଟ୍ ସମ୍ବନ୍ଧୀୟ, ବସିବା-ଉଠିବା ଏବଂ କାର୍ଯ୍ୟ ସମ୍ବନ୍ଧୀୟ ପରାମର୍ଶ ଦେଇଥାନ୍ତି । ଏହିସବୁ ପରାମର୍ଶ ପାଳନ ସହିତ ନିୟମିତ ଡାକ୍ତରୀ ଯାଞ୍ଚ ଏବଂ ସଜାଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ଯେଉଁ ଗର୍ଭବତୀ ମହିଳାମାନଙ୍କର ପୂର୍ବରୁ ହରମନ୍ କିମ୍ବା ଅନ୍ୟ କୌଣସି ପ୍ରକାରର ସମସ୍ୟା, ରୋଗ କିମ୍ବା ଭ୍ରୁଣ ଦୁର୍ବଳ ଥିବ ସେମାନେ ନିଜର ଅଧିକ ଯତ୍ନ ନେବା ଆବଶ୍ୟକ ।

ଡାକ୍ତରଙ୍କ ଦ୍ବାରା ନିର୍ଦ୍ଦିଷ୍ଟ ସମସ୍ତ ସତର୍କତା ଅବଲମ୍ବନ କରିବା ସହିତ ଗର୍ଭବତୀ ମହିଳା ଜନ୍ମିତ ଶିଶୁର ଯତ୍ନ ନେବା ଉଚିତ୍ । ଏହା ବ୍ୟତୀତ, ଯଦି ଗର୍ଭଧାରଣର ଯେକୌଣସି ପର୍ଯ୍ୟାୟରେ ରକ୍ତସ୍ରାବ ହୁଏ, ପେଟ କିମ୍ବା ଅଣ୍ଟାରେ ପ୍ରବଳ ଯନ୍ତ୍ରଣା ହୁଏ ଏବଂ ଯଦି ଦୀର୍ଘ ସମୟ ଧରି ପେଟରେ ଶିଶୁ ଚଲା-ବୁଲା କରୁଛି କି ନାହିଁ ଜଣାନପଡେ, ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।

ସମସ୍ତ ସତର୍କତା ସତ୍ତ୍ୱେ, ଯଦି ଗର୍ଭସ୍ଥ ଶିଶୁ କିମ୍ବା ଶିଶୁର ଜୀବନ ବଞ୍ଚାଇ ହୁଏ ନାହିଁ, ତେବେ ଅଧିକାଂଶ କ୍ଷେତ୍ରରେ ମାଆର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ସାଧାରଣତ ଏପରି କ୍ଷେତ୍ରରେ ମହିଳାମାନଙ୍କଠାରେ ଉଦାସୀନତାର ଲକ୍ଷଣ ଦେଖାଯାଏ । ଏଭଳି ପରିସ୍ଥିତିରେ, ସୁସ୍ଥ ସନ୍ତାନ ଜନ୍ମ ଦେଇ ନ ଥିବାରୁ ଜଣେ ମାଆଙ୍କୁ ଦାୟୀ କରାଯିବା ଉଚିତ ନୁହେଁ । ଏହା ବ୍ୟତୀତ ସମ୍ପୃକ୍ତ ମାଆଙ୍କର ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ ସମସ୍ତ ପ୍ରୟାସ କରାଯିବା ଉଚିତ୍ ।

Related Articles

Back to top button