କ୍ରିକେଟ୍‌ ମ୍ୟାଚ୍‌ରେ ହିନ୍ଦୀ କିମ୍ବା ଇଂରାଜୀରେ ନୁହେଁ ସଂସ୍କୃତରେ କମେଣ୍ଟ୍ରି

ନୂଆଦିଲ୍ଲୀ: ହିନ୍ଦୀରେ ନୁହେଁ ସଂସ୍କୃତରେ ଚାଲିଛି କ୍ରିକେଟ୍‌ ମ୍ୟାଚ୍‌ କମେଣ୍ଟ୍ରି । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାର ଲାଗିଛି । ଦୁଇ ଘଣ୍ଟା ମଧ୍ୟରେ ଏହି ଭିଡିଓକୁ ଢେର୍‌ ସାରା ଲୋକ ଦେଖିସାରିଲେଣି ଏବଂ ମଜାଲିଆ କମେଣ୍ଟ ମଧ୍ୟ ଦେଉଛନ୍ତି ।

ଖବର ଅନୁଯାୟୀ, ଏକ ଗଳିରେ କ୍ରିକେଟ୍‌ ମ୍ୟାଚ୍‌ ଚାଲିଛି । ସାହିପଡୋଶୀର ପିଲାମାନେ ସାଥୀ ହୋଇ ମ୍ୟାଚ୍‌ ଖେଳୁଛନ୍ତି । କିନ୍ତୁ ଏହି ମ୍ୟାଚ୍‌ରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ମ୍ୟାଚ୍‌ ଚାଲିଥିବା ବେଳେ ପ୍ରାୟତଃ ହିନ୍ଦୀ କିମ୍ବା ଇଂରାଜୀରେ କମେଣ୍ଟ୍ରି ହୋଇଥାଏ । କିନ୍ତୁ ଏଠାରେ ଜଣେ ବାଳକ ପୁରା ସଂସ୍କୃତ ଭାଷାରେ କମେଣ୍ଟ୍ରି କରୁଛନ୍ତି । ଯାହାକି ବେଶ୍‌ ମଜାଦାର ଥିଲା ଶୁଣିବାକୁ ।


ତେବେ ଗୋଟିଏ ପଟେ ମ୍ୟାଚ୍‌ ଚାଲିଥିବା ବେଳେ ଖେଳୁଥିବା ବାଳକଟି ହିଁ କମେଣ୍ଟ୍ରି କରୁଛି । ପୁରା ପ୍ରାଞ୍ଜଳ ଭାବେ ସଂସ୍କୃତ ଭାଷାରେ କମେଣ୍ଟ୍ରି କରିପାରୁଛି । ଯାହାର ଭିଡିଓ ଏକ ଜାତୀୟ ଗଣମାଧ୍ୟମ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏହାପରଠାରୁ ସେହି ଭିଡିଓଟି ବେଶ୍‌ ଭାଇରାଲ ହେବାରେ ଲାଗିଛି ।

Related Articles

Back to top button