
ଏହି ଜିନିଷ ଶିବଲିଙ୍ଗରେ ଅର୍ପଣ କଲେ ପୂରଣ ହୁଏ ମନସ୍କାମନା
ଶ୍ରାବଣ ମାସରେ ପ୍ରଭୁ ମହାଦେବଙ୍କ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ମାତ୍ର କିଛି ସରଳ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ..
ପ୍ରଭୁ ଶିବଶଙ୍କରଙ୍କୁ ଅକ୍ଷତ କିମ୍ବା ଏକ ମୁଠା ଗୋଟା ଅରୁଆ ଚାଉଳ ଅର୍ପଣ କରନ୍ତୁ। ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇ ଧନ ବୃଦ୍ଧି ହୋଇଥାଏ।
ପ୍ରଭୁ ଶଙ୍କରଙ୍କୁ କଳା ରାଶି ଅର୍ପଣ କରନ୍ତୁ। ଏହାଦ୍ୱାରା ମାନସିକ ଓ ଶାରୀରିକ ଶାନ୍ତି ମିଳିଥାଏ। ରୋଗ ଦୂର ହୋଇଥାଏ।
ପ୍ରଭୁଙ୍କ ନିକଟରେ ହରଡ ଡାଲି ଅର୍ପଣ କରିବା ଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ।
ବିବାହରେ ବିଳମ୍ବ ହେଉଥିଲେ ପ୍ରଭୁଙ୍କ ନିକଟରେ ଗହମ ଅର୍ପଣ କରନ୍ତୁ।
ଶ୍ରାବଣ ମାସରେ ଶିବ ଲିଙ୍ଗରେ ହଳଦିଆ ମୁଗ ଅର୍ପଣ କଲେ ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂରଣ ହୋଇଥାଏ।