ସିଗାରେଟ ଟାଣିବା ପୁରୁଷଙ୍କ ପାଇଁ ହୋଇପାରେ ଭୟଙ୍କର ବିପଦ!

ସିଗାରେଟ ଟାଣିବା ଶ୍ବାସକ୍ରିୟା ରୋଗ , ଫୁସଫୁସ ରୋଗ ଏବଂ ଗଳା କର୍କଟ ସମେତ ଅନେକ ରୋଗ ପାଇଁ ଦାୟୀ  ହୋଇଥାଏ

ଆପଣ ସିଗାରେଟ ଟାଣୁଛନ୍ତି କି? ଯଦି ହଁ ତେବେ ସତର୍କ ହୋଇଯାଆନ୍ତୁ । କାରଣ ଏହା ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ଏକ ସତର୍କ ଘଣ୍ଟି ହୋଇପାରେ । ଏହା ଆମେ କହୁନୁ ବୈଜ୍ଞାନିକମାନେ ଗବେଷଣାରୁ ଏଭଳି ତଥ୍ୟ ଜାଣିବାକୁ ପାଇଛନ୍ତି  । ପରୀକ୍ଷାରୁ ଜଣାପଡିଛି ଯେ ଯେଉଁ ପୁରୁଷମାନେ ସିଗାରେଟ ଟାଣନ୍ତି ସେମାନଙ୍କ ଠାରେ ଅକାଳ ମୃତ୍ୟୁ ଏବଂ ହାଡରେ ଫାଟ ସୃଷ୍ଟି ହୋଇ ଅସହ୍ୟ ଯନ୍ତ୍ରଣା ଭୋଗକରିଥାନ୍ତି । କାରଣ  ବିଶେଷ କରି ଯେଉଁମାନେ ସିଗାରେଟ ଟାଣନ୍ତି ସେହି ପୁରୁଷମାନଙ୍କ  କ୍ଷେତ୍ରରେ ଏହା ଅଧିକ ଦେଖାଯାଇଥାଏ  । ଯେଉଁମାନେ ସିଗାରେଟ ଟାଣନ୍ତି ସେମାନଙ୍କ  ହାଡ ଦିନକୁ ଦିନ ଦୁର୍ବଳ ହୋଇଥାଏ  ଏବଂ ବୈଜ୍ଞାନିକଙ୍କ କହିବା କଥା ସେମାନଙ୍କ ହାଡରେ ଫାଟ ସମ୍ଭାବନା  ଅଧିକ ଦେଖାଦେଇଥାଏ ।

ଆପଣମାନେ ଜାଣନ୍ତି ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପାଇଁ  ବହୁତ କ୍ଷତିକାରକ  । ସିଗାରେଟ ଟାଣିବା ଶ୍ବାସକ୍ରିୟା ରୋଗ , ଫୁସଫୁସ ରୋଗ ଏବଂ ଗଳା କର୍କଟ ସମେତ ଅନେକ ରୋଗ ପାଇଁ ଦାୟୀ  ହୋଇଥାଏ । ତଥାପି ସାରା ବିଶ୍ବରେ ପ୍ରତିଦିନ କୋଟି କୋଟି ଲୋକ ସିଗାରେଟ ଟାଣିଥାନ୍ତି । ସେମାନଙ୍କୁ ଏହି କଥା କହିଲେ ସେମାନେ ନାନା ଯୁକ୍ତି ଦେଇଥାନ୍ତି ଏବଂ ଉପହାସ କରି କଥାକୁ ଉଡାଇଦେଇ ପୁଣି ସିଗାରେଟ ଟାଣିଥାନ୍ତି ।

ଆପଣମାନେ ଜାଣନ୍ତି ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପାଇଁ  ବହୁତ କ୍ଷତିକାରକ  । ସିଗାରେଟ ଟାଣିବା ଶ୍ବାସକ୍ରିୟା ରୋଗ , ଫୁସଫୁସ ରୋଗ ଏବଂ ଗଳା କର୍କଟ ସମେତ ଅନେକ ରୋଗ ପାଇଁ ଦାୟୀ  ହୋଇଥାଏ । ତଥାପି ସାରା ବିଶ୍ବରେ ପ୍ରତିଦିନ କୋଟି କୋଟି ଲୋକ ସିଗାରେଟ ଟାଣିଥାନ୍ତି । ସେମାନଙ୍କୁ ଏହି କଥା କହିଲେ ସେମାନେ ନାନା ଯୁକ୍ତି ଦେଇଥାନ୍ତି ଏବଂ ଉପହାସ କରି କଥାକୁ ଉଡାଇଦେଇ ପୁଣି ସିଗାରେଟ ଟାଣିଥାନ୍ତି ।

ତେବେ ବୈଜ୍ଞାନିକମାନେ ଗବେଷଣା ପରେ ଏହି ନିର୍ଯ୍ୟାସରେ ପହଁଚିଛନ୍ତି ଯେ ସାଧାରଣତଃ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଧୂମପାନ କରିଥାନ୍ତି  । ଆଉ ପୁରୁଷମାନଙ୍କଠାରେ  ହାଡ ଫାଟିବା ମହିଳାଙ୍କ ଅପେକ୍ଷା ଅଧିକ ଦେଖାଦେଇଥାଏ । ଏହା ସହ ଧୂମପାନ କରୁଥିବା ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ଅକାଳ  ମୃତ୍ୟୁର ମଧ୍ୟ ଶିକାର ହୋଇଥାନ୍ତି ।  ରିସର୍ଚରୁ ଏହା ମଧ୍ୟ ଜଣାପଡିଛି ଯେ ଧୂମପାନ ହେଉଛି ଅଷ୍ଟିଓପୋରୋସିସ୍ ରୋଗର ମୂଳ କାରଣ । ଏହାଦ୍ବାରା ହାନ ଭାଙ୍ଗିଯିବାରୁ  ରୋଗୀଟି ଗଭୀର ଯନ୍ତ୍ରଣା ପାଇଥାଏ ।

ନେଭାଡା ୟୁନିଭରସିଟି, ଲାସ୍ ଭେଗାସ୍ (ୟୁଏନ୍ଏଲ୍ ଭି) ର ବୈଜ୍ଞାନିକମାନେ ଅନୁସନ୍ଧାନରୁ ଏହା ହିଁ ଜାଣିବାକୁ ପାଇଛନ୍ତି । ସେମାନଙ୍କ ନୂତନ ଅଧ୍ୟୟନ ଅନୁଯାୟୀ, ପୁରୁଷ ଧୂମପାନକାରୀ, ଯେଉଁମାନେ ମହିଳାଙ୍କ ଅପେକ୍ଷା ଅଧିକ ଧୂମପାନ କରନ୍ତି ସେମାନେ ଅଷ୍ଟିଓପୋରୋସିସ୍, ହାଡ ଭଙ୍ଗା ଏବଂ ଶୀଘ୍ର ମୃତ୍ୟୁମୁଖରେ ପଡିଥାନ୍ତି ।

ବୈଜ୍ଞାନିକମାନେ 27 ଟି ରିସର୍ଚ ପବ୍ଲିକେସନରେ ଗତ ତିନି ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରକାଶ କରିଛନ୍ତି । ଏଥିରେ  ପ୍ରାୟ 30,000 ହାଡ଼ ଭାଙ୍ଗିବା ମାମଲାକୁ ଅଧ୍ୟୟନ କରାଯାଇ ବୈଜ୍ଞାନିକମାନେ ଅନେକ ବିଶ୍ଳେଷଣ କରିଛନ୍ତି । UNLV ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି  ଯେ ଯେଉଁମାନେ ଧୂମପାନ କରୁଛନ୍ତି ସେମାନଙ୍କ  ହାଡ ଭାଙ୍ଗିବାର ଆଶଙ୍କା 37 ପ୍ରତିଶତ ଅଧିକ ରହୁଛି ।  ମେଟା-ଆନାଲିସିସ୍ , ବୈଜ୍ଞାନିକ ରିପୋର୍ଟ ପତ୍ରିକାରେ ନିକଟରେ ପ୍ରକାଶିତ ସମସ୍ତ ରିପୋର୍ଟରେ ଏହାହିଁ କୁହାଯାଇଛି । ଯେଉଁଥିରେ ସିଗାରେଟ ଟାଣିବା ଦ୍ବାରା ହାତଗୋଡ, କାନ୍ଧ, ମଣିବନ୍ଧ, ବାହୁର ତଳ ଅଂଶ, ତଳ ଗୋଡ ଏବଂ ମେରୁଦଣ୍ଡ ସହିତ ଶରୀରର ଅନ୍ୟ ଅଂଶରେ  ହାଡ ଫାଟିବାର ସମ୍ଭାବନା ଅଧିକ ଥାଏ ।

Related Articles

Back to top button