ରିଲିଜ୍ ହେଲା ‘ଏକ ଭିଲେନ୍‌ ରିଟର୍ନସ୍‌’ର ପ୍ରଥମ ଲୁକ୍‌ ପୋଷ୍ଟର

ପୋଷ୍ଟରରେ କଳାକାରଙ୍କ ଲୁକ୍ ବହୁତ ଭୟାନକ ଦେଖାଯାଉଛି

ମୁମ୍ବଇ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏକ ଭିଲେନ୍‌ ରିଟର୍ନସ୍‌’ରୁ କଳାକାରମାନଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ‘ଏକ ଭିଲେନ୍’ ଚଳଚ୍ଚିତ୍ରର ଅଷ୍ଟମ ବାର୍ଷିକୀ ଅବସରରେ ଆଗାମୀ ଚଳଚ୍ଚିତ୍ର ‘ଏକ ଭିଲେନ୍ ରିଟର୍ନସ୍’ର ଭିଲେନଙ୍କ ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ମସିହା ଜୁନ୍‌ ୨୭ ତାରିଖରେ ‘ଏକ ଭିଲେନ୍‌’ ମୁକ୍ତିଲାଭ କରିଥିଲା। ଏ​‌ବେ ଆଠ ବର୍ଷ ପରେ ଏହାର ଦ୍ବିତୀୟ ଭାଗ ଆସୁଛି। ଫିଲ୍ମରୁ ଜନ୍‌ ଆବ୍ରାହମ୍‌, ଅର୍ଜୁନ କପୁର, ଦିଶା ପଟାନୀ ଓ ତାରା ସୁତାରିଆଙ୍କୁ ଟିଜର ପୋଷ୍ଟର ରିଲିଜ୍ ହୋଇଛି।

ପୋଷ୍ଟରରେ କଳାକାରମାନେ ‘ଏକ ଭିଲେନ୍ ରିଟର୍ନସ୍’ର ସ୍ମାଇଲୀ ମାସ୍କ ସହ ନଜର ଆସିଛନ୍ତି। ଏହି ପୋଷ୍ଟରରେ ଏକ ସ୍ଲୋଗାନ ଲେଖାଯାଇଛି, ‘ହିରୋଜ୍ ଡୋଣ୍ଟ୍‌ ଏକ୍‌ଜିଷ୍ଟ’। ପୋଷ୍ଟରରେ କଳାକାରଙ୍କ ଲୁକ୍ ବହୁତ ଭୟାନକ ଦେଖାଯାଉଛି। ମୋହିତ ସୁରୀ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଟି-ସିରିଜ୍ ଏବଂ ବାଲାଜୀ ଟେଲିଫିଲ୍ସର ମିଳିତ ପ୍ରଯୋଜନାରେ ନିର୍ମାଣ ହୋଇଛି ଏହି ଫିଲ୍ମ। ଚଳିତ ବର୍ଷ ଜୁଲାଇ ୨୯ ତାରିଖରେ ମୁକ୍ତିଲାଭ କରିବ ‘ଏକ ଭିଲେନ୍ ରିଟର୍ନସ୍’।

 

Related Articles

Back to top button