ଇନ୍‌ସୁଲିନ୍‌ ନେଉଥିଲେ ଏହି ୪ଟି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ

ଆଜିକାଲି ସମୟରେ ଡାଇବେଟିସ୍‌ ବା ମଧୁମେହ ଏକ ସାଧାରଣ ରୋଗ କହିଲେ ଭୁଲ ହେବ ନାହିଁ। ଥରେ ଏହି ରୋଗ ହେବା ମାତ୍ରେ ରୋଗୀଙ୍କୁ ନିଜର ଜୀବନଚର୍ଯ୍ୟାକୁ ନେଇ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଖାଇବା ପିଇବାଠାରୁ ଆରମ୍ଭ କରି ଶୋଇବା ଏବଂ ଉଠିବା ପର୍ଯ୍ୟନ୍ତ ସମୟକୁ ନଜର ରଖିବାକୁ ହୁଏ। ଯଦିଓ ମଧୁମେହକୁ ସମ୍ପୂର୍ଣ୍ଣ ଠିକ୍‌ କରିବା ସମ୍ଭବ ନୁହେଁ, ହେଲେ ଏହାକୁ ନିୟନ୍ତ୍ରଣ କରି ଜଣେ ସାଧାରଣ ଜୀବନଯାପନ କରିପାରିବ। ହେଲେ ଶରୀରରେ ଶର୍କରାର ମାତ୍ରା ଅଧିକ ହେଲେ ଇନ୍‌ସୁଲିନ୍‌ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଯଦି ଆପଣ ଇନ୍‌ସୁଲିନ୍‌ ନେଉଛନ୍ତି ତେବେ ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ…

-ଇନ୍‌ସୁଲିନ୍‌ ଦୁଇ ପ୍ରକାରର। ସେଗୁଡ଼ିକ ହେଲା ବାସାଲ ଏବଂ ବୋଲସ। ସାଧାରଣତଃ ଲୋକେ ଏ ବିଷୟରେ ବିଶେଷ ଜାଣି ନ ଥାନ୍ତି। ରୋଗୀଙ୍କ ସ୍ଥିତିକୁ ଦେଖି ଡାକ୍ତର ଏହି ଦୁଇଟି ମଧ୍ୟରୁ ଗୋଟିଏ ନଚେତ ଦୁଇଟିଯାକ ନେବାକୁ ପରାମର୍ଶ ଦେଇଥାନ୍ତି।

-କାହାକୁ କେତେବେଳେ ବ୍ୟବହାର କରାଯାଏ: ବାସାଲ ଇନ୍‌ସୁଲିନ ଖାଇବା ପରେ ଅଥବା ମଝିରେ ଦିଆଯାଏ। ସେହିଭଳି ବୋଲସ ରୋଗୀ ଶରୀରରେ ଶର୍କରା ଭାଗ ଅଧିକ ହେଲେ ଦିଆଯାଇଥାଏ।

-ସର୍ବଦା ବାସାଲ ଇନ୍‌ସୁଲିନ୍‌ ସର୍ବଦା ବ୍ୟବହାର ହୋଇଥାଏ। ଏଥିସହ ଇନ୍‌ସୁଲିନ୍‌ର ମାତ୍ରାକୁ ନଜର ରଖାଯାଏ। ଡାକ୍ତରଙ୍କ ପରାମର୍ଶ ବିନା ଏହାର କମ୍‌ କିମ୍ବା ବେଶୀ ମାତ୍ର ନେବା ଉଚିତ ନୁହେଁ।

-ସମୟ ସହ ବୋଲସର ମାତ୍ରା ବଦଳିଥାଏ। ରୋଗୀଙ୍କ ଶାରୀରିକ ସ୍ଥିତିକୁ ଦେଖି ଏହାର ମାତ୍ରା ବଢ଼ାଯାଏ ନଚେତ କମାଯାଏ। ରୋଗୀଙ୍କ ଜୀବନଶୈଳୀ, ଓଜନ, ଚିକିତ୍ସାନୁଯାୟୀ ଶରୀରକୁ କେତେମାତ୍ରାରେ ଡୋଜ୍‌ ଦିଆଯିବ ତାହା ନିଶ୍ଚିତ କରାଯାଏ। ଏଥିସହ ଡାଏଟ୍‌ରେ ପରିବର୍ତ୍ତନ ଏବଂ ଶର୍କରା କମ୍‌ ଥିବା ଖାଇବା ଖାଇ ଇନ୍‌ସୁଲିନ୍‌ ସ୍ତର କମ୍‌ କରାଯାଏ।

Related Articles

Back to top button