ବାରମ୍ବାର ଶୋଷ ଲାଗିବା, ରୋଗର ଲକ୍ଷଣ ହୋଇପାରେ

ପ୍ରତି ତିନି-ଚାରି ଘଣ୍ଟାକୁ ଥରେ ପାଣି ପିଇବା ସାଧାରଣ କଥା। ଯଦି ପ୍ରତି ଅଧ ଘଣ୍ଟାକୁ ଥରେ ଶୋଷ ଲାଗେ ଓ ପାଣି ପିଇବାକୁ ଇଚ୍ଛା ହୁଏ, ତେବେ ଏହା ଏକ ଚିନ୍ତାର ବିଷୟ ବୋଲି କୁହାଯାଇପାରେ। ବାରମ୍ବାର ଶୋଷ ଲାଗିବା ଏକ ରୋଗର ଲକ୍ଷଣ ହୋଇଥାଇ ପାରେ ।

ଡିହାଇଡ୍ରେସନ:
ଯଦିଓ ଡିହାଇଡ୍ରେସନ କୌଣସି ରୋଗ ନୁହେଁ କିନ୍ତୁ ଏହାକୁ ଆମେ ଅବହେଳା କରିବା ଉଚିତ ନୁହେଁ। ଶରୀରରୁ ପାଣିର ପରିମାଣ କମିଯିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ସମସ୍ୟା। ଶରୀରରେ ତରଳ ପଦାର୍ଥ କମିଗଲେ ଆପଣଙ୍କୁ ଡିହାଇଡ୍ରେସନ ହୋଇପାରେ। ଏହା ଦ୍ୱାରା ଆପଣଙ୍କ ମୁଣ୍ଡ ବୁଲାଇବା, ବାନ୍ତି ହେବା, ମୁଣ୍ଡବିନ୍ଧା ଏବଂ ଝାଡ଼ା ଭଳି ସମସ୍ୟା ଦେଖାଦେଇପାରେ।

ମଧୁମେହ:
ମଧୁମେହ ମଧ୍ୟ ବାରମ୍ବାର ତୃଷ୍ଣାର କାରଣ ହୋଇପାରେ। ମଧୁମେହ ହେତୁ ଅତ୍ୟଧିକ ଶୋଷ ଲାଗେ। ଡାଏଭିଟିଜ ଏକ ଏପରି ରୋଗ ଯାହା ଶରୀରରେ ଥିବା ତରଳ ପଦାର୍ଥକୁ ସଠିକ୍ ଭାବରେ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଥାଏ। ଫଳରେ ଶରୀରରେ ଜଳର ଅଭାବ ଦେଖାଦିଏ। ମଧୁମେହ ତିନି ପ୍ରକାରର ଥାଏ। କେଉଁପ୍ରକାରର ମଧୁମେହ ରହିଛି ଏହାର ପରୀକ୍ଷଣରେ ଜାଣି ପାରିବେ।

ଡ୍ରାଏ ମାଉଥ୍:
ଡ୍ରାଏ ମାଉଥ୍ ବା ପାଟି ଶୁଖିଯିବା ଶରୀରର ଏକ ପ୍ରକାରର ସମସ୍ୟା କହିପାରିବା। ବାରମ୍ବାର ପାଟି ଶୁଖିବା ଯେକୌଣସି ଏକ ରୋଗର ଲକ୍ଷଣ ହୋଇପାରେ। ଯେତେବେଳେ ପାଟିର ଗ୍ରନ୍ଥିଗୁଡିକ ଲାଳ (ସାଲାଇଭା) ସଠିକ୍ ଭାବରେ ତିଆରି କରେ ନାହିଁ, ସେତେବେଳେ ଶୁଖିଲା ପାଟିର ସମସ୍ୟା ଦେଖାଯାଏ। ଏହାଦ୍ୱାରା ପାଟି ଦୁର୍ଗନ୍ଧ ହେବା, ଦାନ୍ତ ମାଢି ସଂକ୍ରମଣ, ଦାନ୍ତମୂଳ ଲାଲ ହେବା, ଓଠ ଶୁଖିଯିବା ଭଳି ଆଦି ସମସ୍ୟା ଦେଖାଦିଏ।

ରକ୍ତହୀନତା:
ଶରୀରରେ ଲାଲ ରକ୍ତ କଣିକା ହ୍ରାସ ହେଲେ ଏନିମିଆ ହୁଏ। ଏହାକୁ ସାଧାରଣ ଭାଷାରେ ରକ୍ତହୀନତା ମଧ୍ୟ କୁହାଯାଏ। ରକ୍ତହୀନତା ହେତୁ ମାତ୍ରାଧିକ ଶୋଷ ଲାଗେ ନାହିଁ, କିନ୍ତୁ ଆସ୍ତେ ଆସ୍ତେ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ସହିତ ତୃଷ୍ଣାର ତୀବ୍ରତା ମଧ୍ୟ ବଢିଯାଏ।

Related Articles

Back to top button