ଆମେରିକୀୟ ଶେୟାର ମାର୍କେଟ ଧରାଶାୟୀ

ଆମେରିକାରେ ଦରବୃଦ୍ଧି ଆକାଶ ଛୁଆଁ ରହିଛି । ପୂର୍ବ ମାସର ମୁଦ୍ରାସ୍ଫୀତି ହାର ସାମନାକୁ ଆସିବା ପରେ ଶେୟାର ବଜାର ଧରାଶାୟୀ ହୋଇଛି। ଏହାର ପ୍ରଭାବରେ ଆମେରିକାର ପୁଞ୍ଜିପତିଙ୍କ ସମ୍ପତ୍ତିରେ ବଡ଼ ହ୍ରାସ ଘଟିଛି । ଆମାଜନର ମାଲିକ ଜେଫ୍ ବେଜୋସଙ୍କୁ ଗୋଟିଏ ଦିନରେ ୯୮୦ କୋଟି ଡଲାର( ୮୦ ହଜାର କୋଟି)ର କ୍ଷତି ହୋଇଛି । ସେହିପରି ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ସମ୍ପତ୍ତିରେ ୮୪୦ କୋଟି ଡଲାର (୭୦ ହଜାର କୋଟି) କମିଛି ।

ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିକୁ ଟ୍ରାକ୍ କରିଥାଏ। ଏଥିରେ ଶୀର୍ଷ ୨୫ ଧନୀଙ୍କ ମଧ୍ୟରେ ୧୭ ଜଣ ଆମେରିକୀୟ ଅଛନ୍ତି । ସବୁ ଆମେରିକୀୟଙ୍କ ପୁଞ୍ଜିରେ ହ୍ରାସ ଘଟିଛି । ମେଟାର ସିଇଓ ମାର୍କ ଜୁକରବର୍ଗ, ଗୁଗଲର ସହ-ପ୍ରତିଷ୍ଠାତ ସର୍ଜି ବ୍ରିନ ଏବଂ ଲେରି ପେଜ୍, ମାଇକ୍ରୋସଫ୍ଟର ପୂର୍ବତନ ସିସିଆଇ ଷ୍ଟିଭ ୱାମରଙ୍କ ସ୍ଥିତି ମଧ୍ୟ ଠିକ ନାହିଁ। ଏହି ସମସ୍ତଙ୍କ ସମ୍ପତ୍ତିରେ ୪୦୦ କୋଟି ଡଲାରରୁ ଅଧିକ ହ୍ରାସ ଘଟିଛି । ୱାରେନ ବଫେଟଙ୍କ ସମ୍ପତ୍ତିରେ ୩୪୦ କୋଟି ଡଲାର ଏବଂ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ସମ୍ପତ୍ତିରେ ୨୮୦ କୋଟି ଟଙ୍କା ହ୍ରାସ ଘଟିଛି ।

ଅଗଷ୍ଟର ମୁଦ୍ରାସ୍ଫୀତି ହାର ଡାଟା ସାମନାକୁ ଆସିବା ପରେ ଆମେରିକୀୟ ଶେୟାର ମାର୍କେଟର ତିନି ବଡ଼ ସୂଚକାଙ୍କ ପ୍ରାୟ ୫ ପ୍ରତିଶତ ତଳକୁ ଖସିଛି । ଏହା ୨୦୨୦ ଜୁନ ପରେ ଗୋଟିଏ ଦିନରେ ସବୁଠୁ ବଡ଼ ହ୍ରାସ। ଡାଉରେ ୧୩୦୦ ଅଙ୍କ, S&Pରେ ୪.୩ ପ୍ରତିଶତ ଏବଂ ନାସଡାକରେ ୫.୧୬ ପ୍ରତିଶତ ହ୍ରାସ ଘଟିଛି ।

Related Articles

Back to top button