ଏହି ବ୍ଲଡ୍ ଗ୍ରୁପ୍‌ର ଲୋକମାନଙ୍କୁ ହାର୍ଟ ଆଟାକର ଥାଏ ଅଧିକ ଆଶଙ୍କା

ନୂଆଦିଲ୍ଲୀ : ଜୀବନ ଶୈଳୀ ପରିବର୍ତ୍ତନ ଓ ଖାଦ୍ୟପେୟର ପ୍ରଭାବ ସିଧା ଆମ ଶରୀର ଉପରେ ପଡ଼େ । ଏହି କାରଣରୁ ସବୁଠାରୁ ଅଧିକ ହାର୍ଟ ଆଟାକ୍‌ର ମାମଲା ଦେଖିବାକୁ ମିଳୁଛି । ଏହା ପ୍ରାଣଘାତୀ ସାବ୍ୟସ୍ତ ହୋଇପାରେ । ଏହା ସହିତ କୋଲେଷ୍ଟ୍ରାଲ୍‌ର ସ୍ତର ବୃଦ୍ଧି ପାଇବା ବା କମ୍ ହେବା, ଡାଇବେଟିସ୍ ପରି ରୋଗ ମଧ୍ୟ ମଣିଷ ଶିକାର ହେଉଛନ୍ତି । ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ ଏକ ନିର୍ଦ୍ଦିଷ୍ଟ ବ୍ଲଡ୍ ଗ୍ରୁପ୍‌ର ଲୋକଙ୍କୁ ହାର୍ଟ ଆଟାକ୍‌ର ବିପଦ ଅଧିକ ଥାଏ ।

ଆଉ ଯଦି ଆପଣ ଏହି ବ୍ଲଡ୍ ଗ୍ରୁପ୍‌ର ବ୍ୟକ୍ତି ଅଟନ୍ତି ତେବେ ଖବର ଆପଣଙ୍କ ପାଇଁ, ସାବଧାନ ହୋଇ ଯାଆନ୍ତୁ । ସ୍ୱାସ୍ଥ୍ୟର ରିପୋର୍ଟ ମୁତାବିକ ବ୍ଲଡ୍ ଗ୍ରୁପ୍‌ର ସଠିକ୍ ତଥ୍ୟ ମିଳିବା ପରେ ହାର୍ଟ ଆଟାକ୍ ସହିତ ଜଡ଼ିତ ତଥ୍ୟଗୁଡ଼ିକ ବିଷୟରେ ଜାଣିହେବ।

ଏଥିପାଇଁ ଏବିଓ ପ୍ରଣାଳୀର ବ୍ୟବହାର କରାଯାଏ । ଏଥୁରୁ ଆଣ୍ଟିଜେନ୍‌ର ଉପସ୍ଥିତି ବା ଅନୁପସ୍ଥିତି ହିସାବରେ ରକ୍ତକୁ ଅଲଗା ଅଲଗା ଫ୍ୟାକ୍ଟରରେ ବଣ୍ଟାଯାଏ । ସୂଚନାମୁତାବକ ୧୯୦୧ରେ ଅଷ୍ଟ୍ରେଲିଆର ଇମ୍ୟୁନୋଲୋଜିଷ୍ଟ ଏହି ପ୍ରଣାଳୀର ପ୍ରାରମ୍ଭକରିଥିଲେ।

ଆମ ଶରୀରରେ ମୁଖ୍ୟତଃ ଲାଲ୍ ରକ୍ତ କଣିକାଗୁଡ଼ିକ ପ୍ରୋଟିନ୍‌କୁ ନେବା ଆଣିବା କାମ କରିଥାନ୍ତି । ଏହି ହିସାବରେ ସେମାନଙ୍କର ପଜିଟିଭ୍ ଓ ନେଗେଟିଭ୍ ପ୍ରଭାବ ବିଷୟରେ ଜଣାପଡ଼େ । କିନ୍ତୁ ଯଦି ରକ୍ତରେ ପ୍ରୋଟିନ୍ ରହିଛି ଜାଣିବେ ଯେ ବ୍ୟକ୍ତି ଆର୍‌ଏଚ୍ ପଜିଟିଭ୍ ଓ ଯଦି ପ୍ରୋଟିନ୍ ନାହିଁ ତେବେ ବ୍ୟକ୍ତି ଆର୍‌ଏଚ୍ ନେଗେଟିଭ୍ ବୋଲି ଜାଣିବେ ।

୨୦୨୦ରେ ପ୍ରକାଶିତ ଏକ ଅଧ୍ୟୟନର ରିପୋର୍ଟ ଅନୁସାରେ ‘ଏ’ ଓ ‘ବି’ ବ୍ଲଡ୍ ଗ୍ରୁପ୍‌ର ଲୋକମାନଙ୍କୁ ଥ୍ରୋମ୍ବୋଏମ୍ବୋଲିକ୍‌ର ସମସ୍ୟା ହେବାର ସବୁଠାରୁ ଅଧିକ ସମ୍ଭାବନା ଥାଏ । ହାର୍ଟ ଓ ବ୍ଲଡ୍ ଗ୍ରୁପ୍ ବିଷୟରେ ହୋଇଥିବା ଏହି ଅଧ୍ୟୟନରେ ‘ଏ’ ବ୍ଲଡ୍ ଗ୍ରୁପ୍‌ର ଲୋକମାନଙ୍କୁ ଏଥେରୋସ୍କୋଲେରୋସିସ୍, ହାଇପର୍‌ଲିପିଡେମିଆ ଓ ହାର୍ଟ ଫେଲ୍ ହେବାର ବିପଦ ‘ଓ’ ବ୍ଲଡ୍ ଗ୍ରୁପ୍‌ର ଲୋକମାନଙ୍କ ତୁଳନାରେ ଅଧିକ ଥାଏ ବୋଲି କୁହାଯାଇଛି । ଏହା ବ୍ୟତୀତ ଏଥିରେ ‘ବି’ ବ୍ଲଡ୍ ଗ୍ରୁପ୍‌ର ଲୋକମାନଙ୍କୁ ଅଧିକ ହାର୍ଟ ଆଟାକର ବିପଦ ଥାଏ ବୋଲି କୁହାଯାଉଛି ।

Related Articles

Back to top button