ପରଲୋକରେ ଫୁଟବଲ ଜଗତର କିମ୍ବଦନ୍ତୀ ଖେଳାଳୀ ପେଲେ

ବ୍ରାସିଲିଆ: ବ୍ରାଜିଲ ଫୁଟବଲର କିମ୍ବଦନ୍ତୀ ତଥା ତିନି ଥର ବିଶ୍ୱକପ୍ ବିଜେତା ପେଲେଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କୁ ଫୁଟବଲ ଜଗତର ପ୍ରଥମ ଗ୍ଲୋବାଲ ସୁପରଷ୍ଟାର ବୋଲି କୁହାଯାଉଥିଲା। ୨୦୨୧ ସେପ୍ଟେମ୍ବରରେ ଏକ ଟ୍ୟୁମରକୁ ତାଙ୍କ ଶରୀରରୁ ଅସ୍ତ୍ରୋପଚାର ପରେ ବାହାର କରାଯାଇଥିଲା। ଏହାପରେ ପେଲେ କୋଲନ କ୍ୟାନସରରେ ଚିକିତ୍ସିତ ହେଉଥିଲେ। ଗତ ନଭେମ୍ବର ମାସରୁ ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ଆର୍ଜେଣ୍ଟିନା ବିଶ୍ୱକପ୍ ଜିତିବା ପରେ ପେଲେ ନିଜ ଦଳ ଟ୍ରଫି ଉଠାଇବାର ଫଟୋ ସୋସିଆଲ ମିଡିଆରେ ସେୟାର କରି ଲିଓନେଲ୍ ମେସି, ଫ୍ରାନ୍ସର ଉଦୀୟମାନ ତାରକା କିଲିଆନ୍ ଏମ୍ବାପେ ଏବଂ ସେମିଫାଇନାଲ୍ ବିଜେତା ମରକ୍କୋକୁ ପ୍ରଶଂସା କରିଥିଲେ।

ପେଲେ ୧୭ ବର୍ଷରେ ଅନ୍ତର୍ଜାତୀୟ ମ୍ୟାଚରେ ପଦାର୍ପଣ କରିଥିଲେ। ୧୯୫୮ ବିଶ୍ୱକପ୍ ଫାଇନାଲରେ ସେ ଅଂଶ ଗ୍ରହଣ କରିଥିଲେ।ଏହାପରେ ସେ ୧୯୭୦ରେ ବ୍ରାଜିଲକୁ ଫୁଟବଲର ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦଳ ଭାବେ ଘୋଷଣା କରିଥିଲେ। ପେଲେ ବ୍ରାଜିଲର ସ୍ୱର୍ଣ୍ଣିମ ପିଢ଼ିର ସଦସ୍ୟ ଥିଲେ।

ପେଲେ ୧୯୫୮, ୧୯୬୨ ଏବଂ ୧୯୭୦ରେ ତିନୋଟି ଫୁଟବଲ ବିଶ୍ୱକପ୍ ଜିତିଥିଲେ। ଯଦିଓ ପ୍ରଥମ ଖେଳରେ ଆଘାତ ଲାଗିବା କାରଣରୁ ୧୯୬୨ରେ ତାଙ୍କର ଅଂଶଗ୍ରହଣ ସୀମିତ ରହିଥିଲା, ଯାହା ତାଙ୍କୁ ବାକି ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦେବାକୁ ବାଧ୍ୟ କରିଥିଲା। ବ୍ରାଜିଲର ଏହି କିମ୍ବଦନ୍ତୀ ଖେଳାଳି ୭୭ ଗୋଲ୍ କରି ଦଳର ସର୍ବକାଳୀନ ଅଗ୍ରଣୀ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ ରହିଛନ୍ତି। ସଦ୍ୟତମ ବିଶ୍ୱକପ୍ ସମୟରେ ପେଲେଙ୍କ ରେକର୍ଡକୁ ବ୍ରାଜିଲର ନେଇମାର (Neymar) ଏହି ରେକର୍ଡକୁ ନିଜ ନାଁରେ କରିଛନ୍ତି।

Related Articles

Back to top button