
ୟୁଟ୍ୟୁବ ଭିଡିଓ ଲାଇକ କରି ୧୦ ଲକ୍ଷ ଟଙ୍କା ହରାଇଲେ ମହିଳା
ନୂଆଦିଲ୍ଲୀ : ଅନଲାଇନ୍ ଠକେଇର ଅନେକ ମାମଲା ସାମ୍ନାକୁ ଆସୁଛି । ସାଇବର ଅପରାଧୀମାନେ ପ୍ରତିଦିନ କିଛି ନା କିଛି ନୂଆ ଉପାୟ ଆପଣାଉଛନ୍ତି । ଯାହା ଫଳରେ ଲୋକଙ୍କୁ ସହଜରେ ଟାର୍ଗେଟ କରାଯାଇପାରିବ ଏବଂ ଏକ ବଡ଼ ହାତେଇ ପାରିବେ । ଏହି ସମୟରେ ଆଉ ଏକ ଆଶ୍ଚର୍ୟ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳା ୟୁଟ୍ୟୁବ ଭିଡିଓ ଲାଇକ କରି ୧୦ ଲକ୍ଷ ଟଙ୍କା ହରାଇଛନ୍ତି।
ଗୁରୁଗ୍ରାମର ଜଣେ ମହିଳା ସୋସିଆଲ୍ ମେସେଜିଂ ଆପ୍ ଟେଲିଗ୍ରାମ ମାଧ୍ୟମରେ ୧୦ ଲକ୍ଷରୁ ଅଧିକ ଠକେଇର ଶିକାର ହୋଇଛନ୍ତି। ପୋଲିସ କହିଛି ଯେ ଟେଲିଗ୍ରାମ ଆପରେ ୟୁଟ୍ୟୁବ ଭିଡିଓ ଦେଖିବା ଏବଂ ଲାଇକ କରିବା ପରେ ପୀଡିତା ଜଣଙ୍କ ଠକାମୀର ଶିକାର ହୋଇଛନ୍ତି ।
ଏକ ରିପୋର୍ଟ ଅନୁଯାୟୀ, ପୀଡିତା ଶାନୁ ପ୍ରିୟା ଭର୍ଶନି କହିଛନ୍ତି ଯେ, ତାଙ୍କୁ ଟେଲିଗ୍ରାମ ଗ୍ରୁପରେ ଯୋଡି ଦିଆଗଲା ଏବଂ ୟୁଟ୍ୟୁବରେ କିଛି ଭିଡିଓ ପସନ୍ଦ କରିବାକୁ କୁହାଗଲା । ପ୍ରଥମେ ଏଥିପାଇଁ ତାଙ୍କ ଆକାଉଣ୍ଟକୁ କିଛି ଟଙ୍କା ମଧ୍ୟ ଆସିଲା । କିନ୍ତୁ କିଛି ଦିନ ଏପରି କରିବା ପରେ ହଠାତ୍ ତାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଗାଏବ୍ ହୋଇଗଲା । ଅଭିଯୋଗକୁ ଭିତ୍ତି କରି ସାଇବର କ୍ରାଇମ ପୋଲିସ ଆଇପିସି ଧାରା ୪୧୯ ଏବଂ ୪୨୦ ଅନୁଯାୟୀ ଏକ ଏଫଆଇଆର ପଞ୍ଜିକୃତ ହୋଇଛି ।