ଚାଟଜିପିଟି ଏଆଇ ଯୋଗୁ ଅନେକ ଚାକିରି ବିପଦରେ

ନୂଆଦିଲ୍ଲୀ: ଗତ ୨୦୦୦ ମସିହାରେ ସର୍ଚ୍ଚ ଇଞ୍ଜିନ ଗୁଗଲର ଶୁଭାରମ୍ଭ ହୋଇଥିଲା । ବର୍ଷ ବର୍ଷ ଧରି ସର୍ଚ୍ଚ ଇଞ୍ଜିନ କ୍ଷେତ୍ରରେ ରାଜତ୍ୱ କରି ଆସିଛି ଗୁଗଲ । ତେବେ ଖୁବଶୀଘ୍ର ଗୁଗଲର ରାଜତ୍ୱରେ ବ୍ରେକ ଲାଗିପାରେ । ନଭେମ୍ବର ୨୦୨୨ରେ ଲଞ୍ଚ ହୋଇଥିଲା ଚାଟଜିପିଟି ଏଆଇ । ଗୁଗଲ କମ୍ପାନୀ ମଧ୍ୟ ଚାଟଜିପିଟିକୁ ନେଇ ବହୁମାତ୍ରାରେ ଚିନ୍ତାବ୍ୟକ୍ତ କରିଛି ।

ଗୁଗଲ ନିଜର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ରିଏଟ କରି ଚାଟଜିପିଟିର ମୁକାବିଲା କରୁଛି । ନିକଟରେ ଗୁଗଲ ନିଜର ଏଆଇର ପ୍ରଦର୍ଶନ କରିଥିଲା । ତେବେ ଗୁଗଲର ଏଆଇ ଜେମ୍ସ ୱେବ ସ୍ପେସ ଟେଲିସ୍କୋପ ବିଷୟରେ ଭୁଲ୍ ତଥ୍ୟ ପ୍ରଦାନ କରିଥିଲା । ଏହାପରେ ଗୁଗଲର ସ୍ୱାମୀତ୍ୱ କମ୍ପାନୀ ଆଲଫାବେଟର ଶେୟାର ବହୁଳ ମାତ୍ରାରେ ହ୍ରାସ ଘଟିଥିଲା । ଗୁଗଲ ବିଶ୍ୱରେ ସର୍ବାଧିକ ଲୋକପ୍ରିୟ ହୋଇଥିବା ବେଳେ ବିଜ୍ଞାପନରୁ ଅର୍ଥ ସଂଗ୍ରହ କରିବା କ୍ଷେତ୍ରରେ ବହୁତ ଆଗରେ ରହିଛି । ମାତ୍ର ନିକଟରେ ଟେକ୍ନୋଲୋଜିରେ ଆସିଥିବା ପରିବର୍ତ୍ତନ ପରେ ଗୁଗଲ ଆଗରେ ଏବେ ବଡ଼ ମୁସ୍କିଲ ସୃଷ୍ଟି ହୋଇଛି ।

ବିଜ୍ଞାପନ କାରଣରୁ ଗୁଗଲକୁ ବଡ଼ ସଫଳତା ମିଳିଥିଲା, ମାତ୍ର ଏବେ କମ୍ପାନୀକୁ ମୁସ୍କିଲ ଦେଇ ଗତି କରିବାକୁ ପଡ଼ିପାରେ । ଚାଟଜିପିଟି ପରି ଏଆଇ ଚାଟବୋଟ ଯଦି ବିଜ୍ଞାପନ ରାଜସ୍ୱ ଉପରେ କବଜା କରିନିଏ, ତେବେ ବିଜ୍ଞାପନ ମାମଲାରେ ଶୀର୍ଷରେ ରହିଥିବା ସର୍ଚ୍ଚ ଇଞ୍ଜିନ ଗୁଗଲର ରାଜତ୍ୱ ହଲିଯାଇପାରେ । ତେବେ ଏଆଇକୁ ନେଇ ଅନେକ ଲୋକ ଚିନ୍ତା ଜାହିର କରିଛନ୍ତି । ଏହାଦ୍ୱାରା ପ୍ଲାଗିଅରିଜମ ହୋଇପାରେ ବୋଲି କିଛି ଅନୁମାନ କରୁଛନ୍ତି । ଏଥିସହିତ ଅଧିକାଂଶ ଲୋକଙ୍କ ଚାକିରି ଚାଲିଯିବା ସହିତ ଓକିଲ, ପତ୍ରକାର ପରି ଅନ୍ୟ କିଛି ଚାକିରିଆଙ୍କ ରୋଜଗାର ହ୍ରାସ ଘଟିପାରେ ବୋଲି ଆଶଙ୍କା କରାଯାଉଛି ।

Related Articles

Back to top button