ଆଇନ ଲାଗୁ ହେବାର ୨ ମାସ ପରେ ଆଜି ୧୪ଜଣ ହିନ୍ଦୁ ଶରଣାର୍ଥୀଙ୍କୁ ଭାରତୀୟଙ୍କୁ ନାଗରିକତା ପତ୍ର ପ୍ରଦାନ କରାଯାଇଛି

ଦେଶରେ ସିଏଏ ଆଇନ ଲାଗୁ ହେବାର ୨ ମାସ ପରେ ଆଜି ୧୪ଜଣ ହିନ୍ଦୁ ଶରଣାର୍ଥୀଙ୍କୁ ଭାରତୀୟଙ୍କୁ ନାଗରିକତା ପତ୍ର ପ୍ରଦାନ କରାଯାଇଛି । ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ଥାନରୁ ନିର୍ଯ୍ୟାତିତ ହୋଇ ଆସି ଭାରତରେ ଶରଣ ନେଇଥିବା ହିନ୍ଦୁ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ ଲାଗି ସିଏଏ ଆଇନ ଲାଗୁ କରିଛନ୍ତି କେନ୍ଦ୍ରସରକାର । ବୁଧବାର ଦିଲ୍ଲୀରେ ୧୪ଜଣ ଶରଣାର୍ଥୀଙ୍କୁ ନାଗରିକତା ମିଳିଥିବା ବେଳେ ଆଗକୁ ଅନ୍ୟ ମାନଙ୍କୁ ମଧ୍ୟ ନାଗରିକତା ପ୍ରଦାନ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା । ସେପଟେ ଭାରତୀୟ ନାଗରିକତା ମିଳିବା ପରେ ଶରଣାର୍ଥୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।

Related Articles

Back to top button