ବଙ୍ଗୋପ ସାଗରରେ ସୃଷ୍ଟି ହେଉଛି ଲଘୁଚାପ : ୨୨ରେ ଲଘୁଚାପ ଓ ପରେ ଗଭୀର ଅବପାତରେ ହେବ ପରିଣତ

ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ବଡ଼ ଲଘୁଚାପ। ମେ ୧୭ରୁ ୨୩ ତାରିଖ ମଧ୍ୟରେ ଗଭୀର ଆବପାତ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଅନୁମାନ କରୁଛି । ତେବେ ପାଣିପାଗ ବିଶେଷଜ୍ଞ କହିଛନ୍ତି, ମେ ୨୧ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୨ରେ ଲଘୁଚାପ ଓ ପରେ ଗଭୀର ଅବପାତରେ ପରିଣତ ହେବ। ସ୍ବାଭାବିକ ସମୟର ପ୍ରାୟ ୩ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଆଣ୍ଡାମାନକୁ ଆସିବ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବେ ଆଣ୍ଡାମାନକୁ ପୂର୍ବ ଦିଗରୁ ଆସୁଥିବା ବାୟୁ ଦୁର୍ବଳ ହେଉଛି। ପଶ୍ଚିମା ବାୟୁ ପ୍ରବାହ ବଢୁଛି। ଯାହା ମୌସୁମି ଆଗମନରେ ସହାୟକ ହେବ । ରାଜ୍ୟରେ ଆହୁରି ଦୁଇ ଦିନ ରହିବ କାଳବୈଶାଖୀ ପ୍ରଭାବ । ଫଳରେ ଆଜି କେତେକ ଜିଲାରେ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାୟଗଡ଼ା, ସୋନପୁର, ବୌଦ୍ଧ ଓ ଦେବଗଡ଼କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜିଲାକୁ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି । ଆଲର୍ଟ ଜାରି କରାଯାଇଥିବା ଜିଲାଗୁଡିକରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।

Related Articles

Back to top button