ମହାରାଷ୍ଟ୍ର କ୍ୟାବିନେଟରେ ୧୮ ନୂଆ ମନ୍ତ୍ରୀ

ମହାରାଷ୍ଟ୍ର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୪୧ ଦିନ ପରେ ଏକନାଥ ସିନ୍ଦେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ବିଜେପି ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲଙ୍କ ସମେତ ୧୮ ବିଧାୟକ କ୍ୟାବିନେଟ ମନ୍ତ୍ରୀ ରୂପେ ଶପଥ ନେଇଛନ୍ତି । ସମସ୍ତ ନୂଆ ମନ୍ତ୍ରୀଙ୍କୁ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଶପଥପାଠ କରାଇଛନ୍ତି । ମନ୍ତ୍ରିମଣ୍ଡଳରେ କୌଣସି ମହିଳାଙ୍କୁ ସାମିଲ କରାଯାଇ ନାହିଁ । ଫଳରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ସଦସ୍ୟଙ୍କ ସଂଖ୍ୟା ୨୦ ରହିଛି । ବିଜେପିର ଅନେକ ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ବିଧାୟକଙ୍କୁ ସୁଯୋଗ ଦିଆଯାଇଛି ।

ସୂଚନାଯୋଗ୍ୟ, ଏକନାଥ ସିନ୍ଦେ ଜୁନ୍ ୩୦ରେ ମୁଖ୍ୟମନ୍ତ୍ରୀ ଓ ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

Related Articles

Back to top button