ବୃଦ୍ଧି ପାଇଲା ହରଭଙ୍ଗୀ ନଦୀର ଜଳସ୍ତର, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ମୋହନାଲଘୁଚାପ ଜନିତ ଲଗାଣ ବର୍ଷାରେ ଗଜପତି ଜିଲ୍ଲା ମୋହନା ନିକଟରେ ଥିବା ହରଭଙ୍ଗୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ମୋହନାଠାରୁ ସଂଲଗ୍ନ କରୁଥିବା ବାଢ଼େଇପୁର ଗାଁ ସମେତ ଗୁଣ୍ଡିରିଗୁଡା, ଧନୁପଙ୍କ ଓ ନୂଆସାହି ଗାଁକୁ ଯୋଗାଯୋଗ ବିଭିନ୍ନ ହୋଇଯାଇଛି । ସୋମବାରଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ନଦୀ ସେପଟେ ରହୁଥିବା ୪ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଯୋଗାଯୋଗ ବିଚ୍ଛିନ୍ନ ଯୋଗୁଁ ଜଣେ ଗୁରୁତର ରୋଗୀ ଇସ୍ରାଏଲ ମଣ୍ଡଳକୁ ମେଡ଼ିକାଲ ନେଇ ନ ପାରିବାରୁ ଗାଁରେ ସୋମବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

Related Articles

Back to top button