ଦେଶରେ କରୋନାର ଆଉ ୨ ନୂଆ ଭାରିଆଣ୍ଟ କେପି.୧ ଏବଂ କେପି.୨

କରୋନାର ଆଉ ୨ ନୂଆ ଭାରିଆଣ୍ଟ କେପି.୧ ଏବଂ କେପି.୨ ଦେଶରେ ପାଦ ଥାପିଛନ୍ତି । ସିଙ୍ଗାପୁର ପରେ ଭାରତରେ ଏଣ୍ଟ୍ରି କରିଛନ୍ତି କରୋନାର ନୂଆ ଭାରିଆଣ୍ଟ । ତେବେ ଏଗୁଡ଼ିକ ଜେଏନ୧ର ସବ୍-ଭାରିଆଣ୍ଟ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କୋଭିଡର ନୂଆ ଭାରିଆଣ୍ଟକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ରିପୋର୍ଟରୁ ଜଣାଯାଇଛି ଯେ, କୋଭିଡର ନୂଆ ଭାରିଆଣ୍ଟ କେପି.୧ ଏବଂ କେପି.୨ ମାମଲା ସାମନାକୁ ଆସିବା ପରେ ଲୋକଙ୍କ ମନରେ ଭୟ ଖେଳିଯାଇଛି । କିନ୍ତୁ ଏହାକୁ ନେଇ ଭୟଭୀତ ନ ହେବାକୁ କୁହାଯାଇଛି । ଏଥିରେ ଦ୍ରୁତ ଗତିରେ ପରିବର୍ତ୍ତନ ଦେଖିବାକୁ ମିଳିବ ଏବଂ ଏହା ହେଉଛି ଏସଏଆରଏସ-ସିଓଭି୨ ପରି ଜୀବାଣୁଙ୍କର ପ୍ରାକୃତିକ ଆଚରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି ।” ଦେଶର ବିଭିନ୍ନ ରାଜ୍ୟରେ କରୋନାର ଏହି ନୂଆ ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଛି । ଦେଶର ମୋଟ ୭ଟି ରାଜ୍ୟରୁ ୩୪ଟି କେପି.୧ ମାମଲା ଚିହ୍ନଟ ହୋଇଥିବା ଜାଣିବାକୁ ମିଳିଛି । ଏଥିରେ ମହାରାଷ୍ଟ୍ରରୁ ସର୍ବାଧିକ ୪ ଜଣ ରହିଥିବା ବେଳେ ଗୁଜୁରାଟ ଏବଂ ରାଜସ୍ଥାନରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ହରିୟାଣା, ଉତ୍ତରାଖଣ୍ଡ ଏବଂ ଗୋଆ ଆଦି ରାଜ୍ୟରୁ ଜଣେ ଲେଖାଏଁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।

ସେହିପରି କେପି.୨ ଭାରିଆଣ୍ଟରେ ଦେଶରେ ମୋଟ ୨୯୦ ମାମଲା ରେକର୍ଡ ହୋଇଥିବା ବେଳେ ମହାରାଷ୍ଟ୍ରରୁ ସର୍ବାଧିକ ୧୪୮ ଆକ୍ରାନ୍ତ ରହିଛନ୍ତି ଏବଂ ଓଡ଼ିଶାର ୧୭ ଜଣଙ୍କୁ ଚିହ୍ନଟ କରାଯାଇଛି । ତେବେ ପଶ୍ଚିମବଙ୍ଗରୁ ୩୬, ଗୁଜୁରାଟରୁ ୨୩, ରାଜସ୍ଥାନରୁ ୨୧, ଓଡ଼ିଶାରୁ ୧୭ ଏବଂ ଉତ୍ତରାଖଣ୍ଡରୁ ୧୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ଗୋଆରୁ ୧୨, ଉତ୍ତରପ୍ରଦେଶରୁ ୮, କର୍ଣ୍ଣାଟକରୁ ୪ ଜଣ ରହିଥିବା ବେଳେ ମଧ୍ୟ ପ୍ରଦେଶ ଏବଂ ଦିଲ୍ଲୀରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।

Related Articles

Back to top button