୭୮ ବର୍ଷ ବୟସରେ ବରିଷ୍ଠ ଅଭିନେତା ବିଜୟ ପଟ୍ଟନାୟକଙ୍କ ପରଲୋକ

୭୮ ବର୍ଷ ବୟସରେ ବରିଷ୍ଠ ଅଭିନେତା ବିଜୟ ପଟ୍ଟନାୟକଙ୍କ ପରଲୋକ ହୋଇଛି। ବିଜୟଙ୍କ ମୃତ୍ୟୁ ଖବର ଶୁଣି ଓଲିଉଡ୍‌ରେ ଖେଳିଯାଇଛି ଶୋକର ଛାୟା। ସାଥୀ କଳାକାରଙ୍କ ପକ୍ଷରୁ ବିଜୟଙ୍କ ପରିବାର ପ୍ରତି ସମବେଦନା ସହ ଏଭଳି କଠିନ ପରିସ୍ଥିତିରେ ନିଜକୁ ଦୃଢ କରିବାକୁ ଆଶ୍ୱାସନା ମିଳିଛି। ସୂଚନା ଅନୁସାରେ, ଅଭିନେତା ବିଜୟ ପଟ୍ଟନାୟକ ଏକାଧାରାରେ ମଞ୍ଚ, ସିନେମା, ଏବଂ ଧାରାବାହିକରେ ଅଭିନୟ କରୁଥିଲେ। ନିଜର ନିଖୁଣ ଅଭିନୟ ଜରିଆରେ ଦର୍ଶକଙ୍କ ମନମୁଗ୍ଧ କରୁଥିଲେ। ଏପିରିକି ତାଙ୍କର ଚମତ୍କାର ଅଭିନୟକୁ ଯୁବ କଳାକାରମାନେ ନୂଆ ଟ୍ରେଣ୍ଡ ସେଟର ବୋଲି ମଧ୍ୟ କହୁଥିଲେ। ନିଜ କ୍ୟାରିୟରରେ ସେ ଅନେକ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଦେଇଛନ୍ତି। ତାଙ୍କ ନିଖୁଣ ଅଭିନୟ ପାଇଁ ସଙ୍ଗୀତ ଏକଡେମୀ ପକ୍ଷରୁ ମଧ୍ୟ ସମ୍ମାନିତ ହୋଇଛନ୍ତି। ହେଲେ ଆଜି ତାଙ୍କର ମୃତ୍ୟୁ ପରେ ସମ୍ପୂର୍ଣ ଓଲିଉଡ୍‌ ଇଣ୍ଡଷ୍ଟ୍ରି ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

Related Articles

Back to top button