
ଅପାଟୋଲା ଜଙ୍ଗଲରେ ୨୯ ନକ୍ସଲ ନିପାତ
ସାଧାରଣ ନିର୍ବାଚନ ପୂର୍ବରୁ ଛତଶଗଡରେ ବଡ ଧରଣର ମାଓ ଅପରେସନ୍ । କାଙ୍କେର ଜିଲ୍ଲା ଅପାଟୋଲା ଜଙ୍ଗଲରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ନିହତ ହୋଇଛନ୍ତି ୨୯ ଜଣ ନକ୍ସଲ । ଗୁଳି ବିନିମୟରେ ୩ଜଣ ଯବାନ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି । ତେବେ ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଛି । ଏହି ଅଞ୍ଚଳରେ ସୁରକ୍ଷା ବାହିନୀ କଡା ନଜର ରଖିଛି । ଯେପରି ସାଧାରଣ ନିର୍ବାଚନକୁ ସୁରୁଖୁରୁରେ କରାଯିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ।