ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି:୨ଟି ଆସନରୁ ଲଢିବେ ନବୀନ

ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା । କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥର ୨ଟି ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ ନବୀନ ।

ସେହିପରି ସମ୍ବଲପୁର ଓ ରେଢାଖୋଲରେ ପ୍ରାର୍ଥୀ ଅଦଳବଦଳ କରାଯାଇଛି । ରେଢାଖୋଲରୁ ନିର୍ବାଚନ ଲଢିବେ ପ୍ରସନ୍ନ ଆଚାର୍ଯ୍ୟ ଓ ସମ୍ବଲପୁରରୁ ଲଢିବେ ରୋହିତ ପୂଜାରୀ । ଜୟପୁରରୁ ନିର୍ବାଚନ ଲଢିବେ ଇନ୍ଦିରା ନନ୍ଦ ଓ ନିମାପଡାରୁ ଦିଲ୍ଲୀପ ନାୟକ । ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ ଓ ପଦ୍ମପୁରରୁ ବର୍ଷା ସିଂ ବରିହା ନିର୍ବାଚନ ଲଢିବେ । କୁଚିଣ୍ଡାରୁ ରାଜେନ୍ଦ୍ର ଛତିଆ ଓ ଦେବଗଡରୁ ଅରୁନ୍ଧତୀ ଦେବୀ ନିର୍ବାଚନଚ ଲଢିବେ । ଅନୁଗୁଳରୁ ସଂଯୁକ୍ତା ସିଂ ଓ ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ନିର୍ବାଚନ ଲଢିବେ ।

Related Articles

Back to top button