ଦାନ୍ତେଓ୍ଵାଡା ଜିଲ୍ଲାରେ ରବିବାର ୩୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି

ଛତିଶଗଡ଼ର ଦାନ୍ତେଓ୍ଵାଡା ଜିଲ୍ଲାରେ ରବିବାର ୩୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ୩ ଜଣ ମାଓବାଦୀଙ୍କୁ ଧରାଇ ଦେବା ଲାଗି ପୁରସ୍କାର ଘୋଷଣା କରାଯାଇଥିଲା।ଦାନ୍ତେଓ୍ଵାଡ଼ା ପୁଲିସ ଦ୍ୱାରା ପରିଚାଳିତ ଅଭିଯାନରେ ପ୍ରଭାବିତ ହୋଇ ଏହି ମାଓବାଦୀମାନେ ଦାନ୍ତେଓ୍ଵାଡା ରେଞ୍ଜର ଡିଆଇଜି କମଲୋଚନ କଶ୍ୟପ ଏବଂ ସିଆରପିଏଫ ଓ ପୁଲିସର ବରିଷ୍ଠ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ସମସ୍ତ ମାଓବାଦୀ ମାଓ ସଂଗଠନର ଭୈରରାମଗଡ଼ ଓ କାଟେକଲ୍ୟାଣ ଏରିଆ କମିଟିରେ ସକ୍ରିୟ ଥିବା କୁହାଯାଉଛି। ଏହି ମାଓବାଦୀମାନେ ରାସ୍ତା ଅବରୋଧ ସମେତ ଅନେକ ନକ୍ସଲ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ଆତ୍ମସମର୍ପଣ ପରେ ଏହି ମାଓବାଦୀମାନଙ୍କୁ ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନୀତି ଅଧୀନରେ ପ୍ରୋତ୍ସାହନ ବାବଦରେ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଦାନ୍ତେଓ୍ଵାଡା ପୁଲିସର ଏହି ଅଭିଯାନରେ ଏପର୍ଯ୍ୟନ୍ତ ୭୯୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

Related Articles

Back to top button