ତାତିରୁ ମିଳିଲା ତ୍ରାହି: ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା

ରାଜ୍ଯରେ ବଦଳିଲା ପାଗ। ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଛି। ଟୁଇନସିଟି ଭୁବନେଶ୍ବର ଓ କଟକରେ ଘଡ଼ଘଡ଼ି ଓ ବିଜୁଳି ସହ କୁଆପଥର ବର୍ଷା ହେଉଛି। ଏହା ସହିତ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି। ସକାଳୁ ପାଗ ମେଘୁଆ ରହିଥିବାବେଳେ ଅପରାହ୍ନରେ କୁଆପଥର ବର୍ଷା ହେଉଛି। ନୟାଗଡ଼, ଗଞ୍ଜାମ, ପୁରୀ ଖୋର୍ଦ୍ଧା, କଟକ ଆଜି ଜିଲ୍ଲାରେ ବି କୁଆପଥର ବର୍ଷା ହେଉଛି । ପବନ ଯୋଗୁ କେତେକ ସ୍ଥାନରେ ଗଛ ଭାଙ୍ଗିଥିବା ଜଣାପଡ଼ିଛି। ଓଡ଼ିଶା ଉପରେ ଥିବା ଟ୍ରପ୍ ଲାଇନ ପ୍ରଭାବରେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଛି। ଆସନ୍ତାକାଲିଠୁ ସାରା ଓଡ଼ିଶାରେ ଏପରି ବର୍ଷା ହେବ । କାଲିଠୁ ୯ ତାରିଖ ଯାଏଁ ଝଡତୋଫାନ ହେବା ଆଶଙ୍କା କରାଯାଉଛି । କାଲି ପାଇଁ ଗଞ୍ଜାମ, ଗଜପତି, ନୟାଗଡ଼, କେଉଁଝର, ମୟୂରଭଞ୍ଜ, ଏବଂ ବାଲେଶ୍ୱରକୁ ଅରେଞ୍ଜ ଆଲେର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ୮ ଏବଂ ୯ ତାରିଖରେ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଆଜିଠୁ ୮ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟସ୍ଥ ଉତ୍ତର-ଉପକୂଳ ଅଞ୍ଚଳକୁ ଯିବାକୁ ବାରଣ କରାଯାଇଛି ।

Related Articles

Back to top button