ଭୁଲ୍‌ରେ ଗିରଫ ବ୍ୟକ୍ତିଙ୍କୁ ମିଳିବ ୫ ଲକ୍ଷ କ୍ଷତିପୂରଣ

ବେଙ୍ଗାଲୁରୁ: କର୍ନାଟକ ପୋଲିସ ଏକ ଆପରାଧିକ ମାମଲାରେ ଗିରଫ କରିଥିବା ୫୬ ବର୍ଷୀୟ ନିଙ୍ଗାରାଜୁ ଏନ୍‌ଙ୍କୁ ୫ ଲକ୍ଷ କ୍ଷତିପୂରଣ ଦିଆଯିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜୁ ଏନ୍‌ଜିଏନ୍‌ ନାମକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଭୁଲବଶତଃ କାଲିଦାସ ଲେଆଉଟ୍‌ ଅଞ୍ଚଳର ନିଙ୍ଗାରାଜୁଙ୍କୁ ଗିରଫ କରିଥିଲା। ନ୍ୟାୟ ପାଇଁ ନିଙ୍ଗାରାଜୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ସୁରଜ ଗୋବିନ୍ଦରାଜ ମମଲାର ଶୁଣାଣି କରିଥିବାବେଳେ ନିଙ୍ଗାରାଜୁଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପ୍ରକୃତ ଅଭିଯୁକ୍ତଙ୍କ ବାପାଙ୍କ ନାମ ନିଙ୍ଗେଗୌଡ଼ା ହୋଇଥିବାବେଳେ ନିଙ୍ଗାରାଜୁଙ୍କ ବାପାଙ୍କ ନାମ ସମାନ ହୋଇଥିବା କାରଣରୁ ପୋଲିସ ଭୁଲ୍‌ରେ ତାଙ୍କୁ ଗିରଫ କରି ନେଇଥିବା କୋର୍ଟରେ କହିଥିଲା। ଦୋଷୀ ନ ହୋଇ ତାଙ୍କୁ ଗିରଫ କରାଯାଇଥିବାବେଳେ ନିଙ୍ଗାରାଜୁ ଅପମାନିତ ହେବା ସହ ତାଙ୍କ ପ୍ରତିଷ୍ଠାରେ ଆଘାତ ଆସିଥିବା ଶୁଣାଣିରେ କୁହାଯାଇଥିଲା। କ୍ଷତିପୂରଣ ବାବଦକୁ ପୋଲିସକୁ ୮ ସପ୍ତାହର ସମୟ ଦିଆଯାଇଛି। ତେବେ ମାମଲା ନେଇ ଆଗାମୀ ଶୁଣାଣି ସେପ୍ଟେମ୍ବର ୧ରେ କରାଯିବ।

Related Articles

Back to top button