ଶିମିଳିପାଳରେ କଳାବାଘ, ଭିଡିଓ ଭାଇରାଲ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏକ କଳା ବାଘ କ୍ୟାମେରାରେ କଏଦ ହୋଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୧୬ ସେକେଣ୍ଡର ଏହି ଭିଡିଓରେ କଳା ବାଘଟି ଏକ ଗଛ ଉପରକୁ ଚଢ଼ୁଥିବାର ଦେଖିବାକୁ ମିଳିଛି। ପ୍ରଥମେ ବାଘଟି ଗଛ ଉପରକୁ ଚଢ଼ିବାକୁ ଚେଷ୍ଟା କରିବା ପରେ ଶେଷରେ ସେଠାରୁ ଚାଲିଯାଉଛି।

 

ଏହି ଭିଡିଓକୁ ଆଇଏଫ୍‌ଏସ ଅଧିକାର ପ୍ରବୀଣ କଶ୍ୱାନ ତାଙ୍କ ଟୁଇଟର ପେଜ୍‌ରେ ଶେୟାର କରିଛନ୍ତି। ସେ ଭିଡିଓ ଶେୟାର କରି ଏଥିରେ କ୍ୟାପଶନ ଲେଖିଛନ୍ତି, ‘ଭାରତର କଳାବାଘ। ଶିମିଳିପାଳରେ ସିଉଡୋ-ମେଲାନିଷ୍ଟିକ୍‌ ପ୍ରଜାତିର ଏକ ବାଘ ଦେଖିବାକୁ ମିଳିଛି। ଯାହାକି ବିରଳ ଅଟେ। ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ସେହିପରି ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦ ମଧ୍ୟ ତାଙ୍କ ଟୁଇଟର ପେଜ୍‌ରେ ଭିଡିଟିକୁ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ବାଘମାନେ ଭାରତର ଜଙ୍ଗଲର ସ୍ଥିରତାର ପ୍ରତୀକ।
ଅନ୍ତର୍ଜାତୀୟ ଟାଇଗର ଦିବସରେ ବିରଳ ମେଲାନିଷ୍ଟିକ୍‌ ଟାଇଗରର ଏକ ଆକର୍ଷଣୀୟ କ୍ଲିପ୍‌। ସେମାନଙ୍କର ସଂଖ୍ୟା ବୃଦ୍ଧି ଲାଗି ‘ବ୍ୟାଘ୍ର ସଂରକ୍ଷଣ’ ଉଦ୍ୟମ ଚଳାଇଛି।

ସୂଚନାଯୋଗ୍ୟ, ଜଙ୍ଗଲରେ ରହୁଥିବା ମହାବଳ ବାଘ ସବୁ ନିଜ ନିଜର ଚଳପ୍ରଚଳ ଅଞ୍ଚଳ ମଧ୍ୟକୁ ନ ଆସିବା ପାଇଁ ଅନ୍ୟ ବାଘମାନଙ୍କୁ ସତର୍କ କରାଇବା ଉଦ୍ଦେଶ୍ୟରେ ଗଛବୃକ୍ଷ ରାମ୍ପି ଚିହ୍ନ ଦେଇ ଥାଆନ୍ତି। କଳା ମହାବଳ ବାଘର ଦେହ ରଙ୍ଗ ଧଳା ଅଥବା ସୁନେଲି ରଙ୍ଗର ହୋଇଥିବା ବେଳେ ତା’ଉପରେ ଗାଢ଼ କଳା ପଟା ଗାର ପଡ଼ିଛି। ଶିମିଳିପାଳରେ ଏହି ଦୃଶ୍ୟଟି ବୋଧହୁଏ ବର୍ତ୍ତମାନ ପାଇଁ ଏକମାତ୍ର ତଥା ଦୁର୍ଲଭ ଭିଡିଓ। ତେବେ ଏଭଳି ପ୍ରଜାତିର କଳାବାଘ ୩୦ ବର୍ଷ ପୂର୍ବେ ଶିମିଳିପାଳରେ ରହିଆସୁଛନ୍ତି।

Related Articles

Back to top button