ସଡକ ଦୁର୍ଘଟଣାରେ ୫ ପୋଲିସକର୍ମୀଙ୍କ ମୃତ୍ୟୁ

ରାଜସ୍ଥାନ ଚୁରୁରେ ରବିବାର ସକାଳେ ଏକ ଭୀଷଣ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ ସମସ୍ତ ମୃତକ ପୋଲିସକର୍ମୀ ଥିଲେ । ଏହି ଦୁର୍ଘଟଣାରେ ୨ ଜଣ ଲୋକ ଗୁରୁତର ହୋଇଛନ୍ତି । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏ ବିଷୟରେ ସୂଚନା ଦେଇଛନ୍ତି ।

ଚୁରୁ ଜିଲ୍ଲା ପୋଲିସ ଅଧୀକ୍ଷକ ପ୍ରବୀଣ ନାୟକଙ୍କ ଅନୁଯାୟୀ ପୋଲିସକର୍ମୀଙ୍କ ଗାଡି ସୁଜାନାଗଡ ସଦର ଥାନା ଅଞ୍ଚଳର ଏକ ସ୍ଥାନରେ ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରକ ସହ ପିଟି ହୋଇଯିବାରୁ ଏପରି ଦୁର୍ଘଟଣା ଘଟିଛି । ସେ କହିଛନ୍ତି ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଯିବା ସହ ୨ ଲୋକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନାରୁ ଜଣାପଡିଛି ସମସ୍ତ ପୋଲିସକର୍ମୀ ତାରାନଗରରେ ଏକ ନିର୍ବାଚନୀ ସଭାରେ ଡ୍ୟୁଟି ଲାଗି ଯାଉଥିଲେ । ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ମଧ୍ୟରେ ରହିଛନ୍ତି ଏସଆଇ ରାମଚନ୍ଦ୍ର, କନଷ୍ଟେବଲ କୁମ୍ଭାରାମ, ସୁଖରାମ, ଥାନାରାମ, ହେଡ୍ କନଷ୍ଟେବଲ ସୁଖାରାମ ।

Related Articles

Back to top button