ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେଉଛନ୍ତି ଭାରତ ଓ ଅଷ୍ଟ୍ରେଲିଆ

ଆରମ୍ଭ ହୋଇଛି ବିଶ୍ୱକପ୍ ଫାଇନାଲ୍ । ମୁହାଁମୁହିଁ ହେଉଛନ୍ତି ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଅଷ୍ଟ୍ରେଲିଆ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଫଳରେ ପ୍ରଥମେ ବ୍ୟାଟିଂ ଜାରି ରଖିଛି ଭାରତ । ଭାରତର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ସେହିପରି ଅଷ୍ଟ୍ରେଲିଆ ମଧ୍ୟ ତା’ର ଏକାଦଶ ଅପରିବର୍ତିତ ରଖିଛି । ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେଉଛନ୍ତି ଦୁଇ ଦଳ । ୨୦୦୩ରେ ହୋଇଥିବା ମୁକାବିଲାରେ ପରାସ୍ତ ହୋଇଥିଲା ଭାରତ । ଏଥର ପ୍ରତିଶୋଧ ନେବାର ସୁଯୋଗ ରହିଛି ରୋହିତ ବାହିନୀଙ୍କ ପାଖରେ । ଭାରତର ବିଜୟ ପାଇଁ ସବୁଠି ଉତ୍ସାହ । ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ପୂଜାର୍ଚ୍ଚନା । ଭାରତ ଯେପରି ପୁଣି ଥରେ ବିଶ୍ୱ ଚାମ୍ପିଅନ୍ ହେଉ ସେଥିପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି ।

Related Articles

Back to top button