ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ ମିଳିବ 5G ସେବା

ନୂଆଦିଲ୍ଲୀ: ଦେଶରେ ଅକ୍ଟୋବର ମଧ୍ୟଭାଗରୁ ଆରମ୍ଭ ହେବାକୁ ଯାଉଛି ହାଇସ୍ପିଡ 5G ଇଣ୍ଟରନେଟ ସେବା। ତେବେ ଏହା ପ୍ରାଥମିକ ପର୍ଯ୍ୟାୟରେ କିଛି ସହରରେ ଆରମ୍ଭ ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ସମଗ୍ର ଦଶରେ ଉପଲବ୍ଧ ହେବ । ତେବେ ମାତ୍ର ଦୁଇ ବର୍ଷ ମଧ୍ୟରେ ଏହି ସେବା ସମଗ୍ର ଦେଶର ବିଭିନ୍ନ କୋଣ ଅନୁକୋଣ ଉପଲବ୍ଧ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା କେନ୍ଦ୍ର ଇଲକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ସୂଚନା ଦେଇ ମନ୍ତ୍ରୀ ବୈଷ୍ଣବ କହିଛନ୍ତି, ଅକ୍ଟୋବର ସୁଦ୍ଧା ଭାରତରେ ଏହି ସେବା ଉପଲବ୍ଧ ହେବାକୁ ଯାଉଛି । ଏଥିପାଇଁ ଅଗଷ୍ଟ ମଧ୍ୟଭାଗରୁ ବିଭିନ୍ନ ଟେକିକମ ସେବା ପ୍ରଦାନକାରୀ କମ୍ପାନୀକୁ ସ୍ପେକ୍ଟ୍ରମ ଆବଣ୍ଟନ ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ କରି ସାରିଛନ୍ତି କେନ୍ଦ୍ର ସରକାର । ତେବେ ଏହି ଟେଲିକମ ସେବା ଯୋଗାଇବା ଆରମ୍ଭ କରିବା ପୂର୍ବରୁ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ମଧ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ମିଳି ସାରିଛି । ତେବେ ଏହି ସେବା ଆରମ୍ଭ ହେବା ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ପ୍ରାରମ୍ଭିକ ଭାବେ କିଛି ସହରରେ ଏହି ସେବାକୁ ଉପଲବ୍ଧ କରାଯିବ । ପରେ ପର୍ଯ୍ୟାୟକ୍ରମେ ଏହାର ପରିସର ଦେଶର ବିଭିନ୍ନ ଭାଗକୁ ମଧ୍ୟ ସମ୍ପ୍ରସାରିତ କରାଯିବ । ମାତ୍ର ଦୁଇ ବର୍ଷ ମଧ୍ୟରେ ସମଗ୍ର ଦେଶରେ ଏହି ସେବାର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । 5G ସେବା ନେଇ ସରକାର ପ୍ରକ୍ରିୟାକୁ ପ୍ରାଥମିକତା ଆଧାରରେ ଆଗକୁ ବଢାଉଥିବାବେଳେ, ଦେଶର ଅଗ୍ରଣୀ ଟେଲିକମ କମ୍ପାନୀ ରିଲାଏନ୍ସ ମଧ୍ୟ ଏ ଦିଗରେ ଏକ ବଡ ଘୋଷଣା କରିସାରିଛି ।

Related Articles

Back to top button