ନକଲି ଔଷଧ କାରବାର ଘଟଣା, ପୁଣି ୩ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ

କଟକ: ନକଲି ଔଷଧ କାରବାର ଘଟଣାରେ ପୁଣି ୩ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ । ଟ୍ରାଞ୍ଜିଟ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ୨ ଅଭିଯୁକ୍ତଙ୍କୁ କଟକ SDJM  କୋର୍ଟରେ ହାଜର କରିଥିଲା ପୋଲିସ । ଅଧିକ ଖୋଳତାଡ ପାଇଁ ଆଉ ପାଞ୍ଚ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ପୁରୀଘାଟ ଥାନା ପୋଲିସ । ତେବେ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ବିହାର ଗୟାରୁ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଆଲୋକ ମିଶ୍ରା ଓ ହରିଶ କୁମାରଙ୍କୁ ରିମାଣ୍ଡରେ ନିଆଯାଇଛି ।

Related Articles

Back to top button