୫ଜି ସ୍ପେକ୍ଟ୍ରମ ବଣ୍ଟନ ପ୍ରକ୍ରିୟା ଆରମ୍ଭ: ସେପ୍ଟେମ୍ବର ସୁଦ୍ଧା ମିଳିପାରେ ସେବା

ଦେଶରେ ୫ଜି ସେବା ଆରମ୍ଭ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ମାସ ଅର୍ଥାତ ସେପ୍ଟେମ୍ବର ସୁଦ୍ଧା ଲୋକଙ୍କୁ ୫ଜି ସେବା ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ବିଭିନ୍ନ ଟେଲିକମ୍‍ କମ୍ପାନୀକୁ ୫ଜି ଧ୍ୱନିତରଙ୍ଗ ବଣ୍ଟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ଯୋଗାଯୋଗ ଓ ଆଇ.ଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଧ୍ୱନିତରଙ୍ଗ ବଣ୍ଟନ ପାଇଁ ଚିଠି ଜାରି କରାଯାଇଛି। ୫ଜି ସେବା ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସକାଶେ ସେ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀ କମ୍ପାନୀମାନଙ୍କୁ ଅନୁରୋଧ କରିଛନ୍ତି।

ଭାରତୀ ଏଣ୍ଟରପ୍ରାଇଜେସ୍‍ ଚେୟାରମ୍ୟାନ୍‍ ସୁନୀଲ ମିତ୍ତଲ ଏହି ଧ୍ୱନିତରଙ୍ଗ ବଣ୍ଟନ ଅତି ଅଳ୍ପ ସମୟ ମଧ୍ୟରେ ସମ୍ପନ୍ନ ହୋଇଥିବାରୁ ଏହାକୁ ପ୍ରଶଂସା କରିଛନ୍ତି। ଇତିମଧ୍ୟରେ ଏୟାରଟେଲ୍‍ କମ୍ପାନୀ ଧ୍ୱନିତରଙ୍ଗ ବାବଦରେ ୮ ହଜାର ୩୧୨ କୋଟି ୪୦ ଲକ୍ଷ ଟଙ୍କାର ବକେୟା ରାଶି ପ୍ରଦାନ କରିବା ପରେ ଏୟାରଟେଲ୍‍ କମ୍ପାନୀକୁ ଧ୍ୱନିତରଙ୍ଗ ବଣ୍ଟନ ଚିଠି ଦିଆଯାଇଛି।

Related Articles

Back to top button