ବିସିସିଆଇ ଅମ୍ପାୟର ପରୀକ୍ଷାରେ ୧୪୦ରୁ ମାତ୍ର ୩ ପାସ

ମୁମ୍ବାଇ: ଅମ୍ପାୟର ହେବା ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଦ୍ୱାରା ଆୟୋଜିତ ପରୀକ୍ଷାର ଫଳ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ୧୪୦ ଜଣଙ୍କ ମଧ୍ୟରୁ ୩ଜଣ ପାସ ହୋଇଛନ୍ତି । ଅବଶ୍ୟ ଏଥର ବିସିସିଆଇର ପ୍ରଶ୍ନ କଠିନ ଥିଲା । ୨୦୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷାରେ ଲିଖିତ ପରୀକ୍ଷା ୧୦୦ ଅଙ୍କ, ମୌଖିକ ଓ ଭିଡିଓ ୩୫-୩୫ ଅଙ୍କ ରହିଥିଲା । ଫିଜିକାଲ ପାଇଁ ୩୦ ଅଙ୍କ ରଖା ଯାଇଥିଲା । ବିସିସିଆଇର ଜନୈକ ଅଧିକାରୀଙ୍କ ମତରେ ଆମେ ଏହି ପରୀକ୍ଷାର ଗୁଣବତ୍ତା ନେଇ କୌଣସି ବୁଝାମଣା କରିବାକୁ ଚାହୁଁ ନାହୁଁ । ଏହି ପରୀକ୍ଷା ମହିଳା ଏବଂ ଜୁନିୟର ମ୍ୟାଚ (ଗ୍ରୁପ ଡି) ପାଇଁ ଉଦ୍ଦିଷ୍ଟ ଥିଲା ।

ଏହି ପରୀକ୍ଷାରେ ଗୋଟିଏ ପ୍ରଶ୍ନ ଥିଲା ବ୍ୟାଟ୍ସମ୍ୟାନର ଏକ ଶଟ ପରେ ବଲ ଫିଲ୍ଡରର ହେଲମେଟରେ ଅଟକିଯିବ । ହେଲମେଟ ତଳେ ପଡିବା ପରେ ସେଥିରୁ ବଲ କାଢିଲେ ବ୍ୟାଟ୍ସମ୍ୟାନ ଆଉଟ ହେବ କି ନାହିଁ । ଅଧିକାଂଶ ଏହାର ଉତ୍ତର ଦେଇପାରି ନ ଥିଲେ । ପ୍ରକୃତରେ ଏହାର ଉତ୍ତର ନଟଆଉଟ ହେବ ।

ସେହିପରି ଯଦି ଜଣେ ବୋଲର ହାତରେ ଟେପ ଲଗାଇଥିବ । ଏହି ଟେପ ହଟାଇଲେ ରକ୍ତ ବାହାରିବା ଆଶଙ୍କା ଥିଲେ ତାଙ୍କୁ କଣ ସେ ଭଳି ସ୍ଥିତିରେ ବୋଲିଂ କରିବାକୁ ଅନୁମତି ଦିଆଯିବ । ଏହା ମଧ୍ୟ ସମସ୍ତଙ୍କ ମୁଣ୍ଡ ଖରାପ କରି ଦେଇଥିଲା । ଏହାର ପ୍ରକୃତ ଉତ୍ତର ହେଲ ବୋଲିଂ କରିବାକୁ ହେଲେ ଯେପ କାଢ଼ିବାକୁ ପଡିବ ।

Related Articles

Back to top button