ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୬ ସିଆର୍‌ପିଏଫ୍‌ ଯବାନ ଆହତ: ଏୟାର ଲିଫ୍ଟ କରି ହସ୍ପିଟାଲରେ ଭର୍ତ୍ତି

ରାଞ୍ଚି: କିଛିଦିନର ନୀରବତା ପରେ ପୁଣି ଝାଡ଼ଖଣ୍ଡ ଚାଇବସା ଅଞ୍ଚଳରେ ମାଓବାଦୀ ନିଜ ଉପସ୍ଥିତି ଜାହିର କରିଛନ୍ତି। ଟୋଙ୍କୋ ଥାନା ଅଧୀନ ତୁମ୍ବାହାକା ଅଞ୍ଚଳରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୬ ସିଆର୍‌ପିଏଫ୍‌ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଏୟାର ଲିଫ୍ଟ କରି ରାଞ୍ଚି ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ତୁମ୍ବାହାକା ଅଞ୍ଚଳରେ ମାଓବାଦୀମାନେ କ୍ୟାମ୍ପ କରି ରହିଥିବା ଯବାନଙ୍କୁ ସୂଚନା ମିଳିଥିଲା। ଏନେଇ କୋବ୍ରା ବାଟାଲିୟନର ସିଆର୍‌ପିଏଫ୍‌ ଯବାନ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଚଳାଇଥିଲେ। ସେତିକିବେଳେ ଆଇଇଡି ବିସ୍ଫୋରଣ ଘଟିଥିଲା। ଏଥିରେ ୫ ଯବାନ ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ମାଓବାଦୀଙ୍କୁ ଧରିବା ପାଇଁ ଯବାନଙ୍କ ସର୍ଚ୍ଚ ଅପରେଶନ ଜାରି ରହିଛି।

Related Articles

Back to top button