ବୋରୱେଲରେ ଖସିଲା ୬ବର୍ଷର ଶିଶୁ

ହାପୁର : ହାପୁରର କୋଟଲା ସଦତ ଅଂଚଳରେ ଥିବା ଏକ ପରିତ୍ୟକ୍ତ ବୋରୱେଲରେ ଜଣେ ୬ ବର୍ଷର ଶିଶୁ ଖସିପଡ଼ିଛି। ଏ ସଂପର୍କରେ ସ୍ଥାନୀୟ ପ୍ରଶାସନ ଜାଣିବା ପରେ ଉଦ୍ଧାର ପାଇଁ ଏନଡିଆରଏଫକୁ ମୁତୟନ କରାଯାଇଛି ।  ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି।

ସ୍ଥାନୀୟ ଅଂଚଳରେ ଜଳ ଯୋଗାଣ ପାଇଁ ଏହି ବୋରୱେଲଟିକୁ ପ୍ରଶାସନ ପକ୍ଷରୁ ଖୋଳାଯାଇଥିଲା। କିନ୍ତୁ ଏବେ ତାହା ଅବ୍ୟବହୃତ ହୋଇ ରହିଛି । ହେଲେ ପ୍ରଶାସନ ପକ୍ଷରୁ ଏହାର ମୁହଁକୁ ବନ୍ଦ କରାଯାଇ ନ ଥିଲା ।  ମୁହଁକୁ ଖୋଲା ଛାଡ଼ିଦିଆଯାଇ ଥିବାରୁ ଏପରି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ତେବେ ଜିଲ୍ଲାପାଳ ମେଧା ରୁପମ କହିଛନ୍ତି, ଉଦ୍ଧାର କାମରେ ଏନଡିଆରଏଫ ମୁତୟନ କରାଯାଇ ଗାତ ମଧ୍ୟକୁ ଅକ୍ସିଜେନ ପଠାଯାଉଛି । ତେବେ ଏହିପରି ଖୋଲା ବୋରୱେଲ ଗୁଡ଼ିକରେ ବାରମ୍ବାର ଶିଶୁମାନେ ପଡ଼ୁଥିଲେ ବି ପ୍ରଶାସନ ଓ ସ୍ଥାନୀୟ ଲୋକେ ସଚେତନ ହେଉନାହାନ୍ତି । ଏହିପରି ଏକ ଘଟଣା ଗତ ଡିସେମ୍ବର ମାସରେ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଥିଲା । ଯାହାଫଳରେ ବାଳକଟି ମୃତ୍ୟୁବରଣ କରିଥିଲା ।

Related Articles

Back to top button