ଭାରତ ମୁହାଁ ପ୍ରବାସୀ ଭାରତୀୟ

ପୁଣି ଭାରତ ମୁହାଁ ପ୍ରବାସୀ ଭାରତୀୟ। ପ୍ରତିବର୍ଷ ଭାରତରୁ ଲକ୍ଷାଧିକ ଲୋକେ ବାହାର ଦେଶକୁ ଯିବା ପାଇଁ ଭିସା ଆବେଦନ କରୁଥିବା ଦେଖା ଯାଉଥିଲା । ବର୍ତ୍ତମାନ ଏକ ନୂଆ ଖବର ଜାଣିବାକୁ ମିଳିଛି । ଅଧିକାଂଶ NRI (ପ୍ରବାସୀ ଭାରତୀୟ ) ଏବେ ଭାରତ ଫେରିବାକୁ ଚାହୁଁଛନ୍ତି ।

ଏକ ସର୍ଭେ ଅନୁଯାଇ, ଭାରତକୁ ଏବେ ୬୦% ପ୍ରବାସୀ ଭାରତୀୟ ଫେରିବାକୁ ଚାହୁଁଛନ୍ତି। ଫେରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଷ୍ଟ୍ରେଲିଆରୁ ୮୦%, ଆମେରିକାରୁ ୭୫%, ଇଂଲଣ୍ଡରୁ ୭୦% ଓ କାନାଡାରୁ ୬୩% ପ୍ରବାସୀ ଭାରତୀୟ ଏବେ ଭାରତକୁ ଫେରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

କିନ୍ତୁ କାହିଁକି? ବାହାର ଦେଶରେ ଉଚ୍ଚ ଶିକ୍ଷା ହାସଲ କରି ସେଠାରେ ନିଜର ଷ୍ଟାର୍ଟଅପ ଆରମ୍ଭ କରି ଏକ ସଫଳ ଜୀବନ ଯାପନ ବିତାଇବା ପରେ ମଧ୍ୟ ବର୍ତ୍ତମାନ ଭାରତକୁ ଫେରିବାକୁ କଣ ପାଇଁ ଚାହୁଁଛନ୍ତି । ଏହାର କାରଣ ହେଉଛି ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଉଦ୍ୟୋଗୀମାନଙ୍କୁ ଯୋଗାଉଥିବା ସୁବିଧା ସୁଯୋଗ।

ଯେଉଁଥିପାଇଁ ୭୨% ପ୍ରବାସୀ ଭାରତୀୟଙ୍କ ଅନୁସାରେ ଭାରତରେ ବିନିଯୋଗ ଏକ ପ୍ରକାରର ସ୍ଥିର ଓ ସ୍ଥାୟୀ। ସେପଟେ ଅନ୍ୟ ଏକ କାରଣ ହେଉଛି ଭାରତ ସହ ଯୋଡ଼ି ହୋଇ ରହିଥିବା ଆବେଗ, ଭାରତର ସଂସ୍କୃତି, ଭାରତରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଯୋଗାଇଦିଆଯାଉଥିବା ସୁବିଧା ସୁଯୋଗ, କଷ୍ଟ୍ ଅଫ୍ ଲିଭିଙ୍ଗ, ଏହାଛଡ଼ା ନିଜ ଦେଶ ସହ ଜଡ଼ିତ ଥିବା ସ୍ମୁତିକୁ ପୁଣି ବିତାଇବାକୁ ଭାରତକୁ ଫେରିବାକୁ ଚାହୁଁଛନ୍ତି ପ୍ରବାସୀ ଭାରତୀୟ।

ତେବେ ଭାରତ ସରକାର ମଧ୍ୟ ସେମାନଙ୍କୁ ଫେରାଇ ଆଣିବାକୁ ଅନେକ ଆର୍ଥିକ ସୁବିଧା ଯୋଗାଉଛନ୍ତି। ଯେପରିକି ବିଦେଶ ମୁଦ୍ରାକୁ ଭାରତୀୟ ମୁଦ୍ରାକୁ ବଦଳାଇବା, ସଞ୍ଚୟ , ବିନିଯୋଗ ଭଳି ସୁବିଧା ବି ପ୍ରଦାନ କରୁଛନ୍ତି।

Related Articles

Back to top button