୪ ତାରିଖରୁ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ

ସଂସଦର ଶୀତାକଳୀନ ଅଧିବେଶନ ସେପ୍ଟେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହା ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଏନେଇ ସୂଚନା ଦେଇଛନ୍ତି । ପ୍ରହ୍ଲାଦ ଜୋଶୀ କହିଛନ୍ତି କି ଡିସେମ୍ବର ୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦରେ ଶୀତକାଳୀନ ଅଧିବେଶନ ଚାଲିବ । ଏହି ଶୀତକାଳୀନ ଅଧିବେଶନରେ ମୋଟ ୧୫ଟି କାର୍ଯ୍ୟ ଦିବସ ରହିବ ।

ସଂସଦର ଶୀତାକଳୀନ ଅଧିବେଶନରେ ମୁଖ୍ୟ ନିର୍ବାଚନ ଆୟୋଗ ନିଯୁକ୍ତି ନେଇ ବିଧେୟକ ଉପରେ ଚର୍ଚ୍ଚା ହୋଇପାରେ । ଏହି ବିଧେୟକ ମୁତାବକ ମୁଖ୍ୟ ନିର୍ବାଚନ ଆୟୋଗ ଓ ନିର୍ବାଚନ ଆୟୋଗ କ୍ୟାବିନେଟ ସଚିବ ପାହ୍ୟାର ସମକକ୍ଷ କରାଯିବା ନେଇ ସରକାର ପ୍ରସ୍ତାବ ରଖିବେ । ଏବେ ଏମାନଙ୍କୁ ସୁପ୍ରିମକୋର୍ଟ ବିଚାରପତି ପାହ୍ୟା ମିଳୁଛି । ଏହାକୁ ବରୋଧ କରି ବିରୋଧୀଦଳମାନେ କହିଛନ୍ତି କି, ସରକାର ସରକାରୀ ସଂସ୍ଥାକୁ ଦଖଲ କରିବାକୁ ଚେଷ୍ଟା କରୁଛନ୍ତି ।

ଶୀତକାଳୀନ ଅଧିବେଶନ ବିଶେଷ ଭାବେ ନଭେମ୍ବର ମାସରେ ହୋଇଥାଏ । ହେଲେ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲୁଥିବାରୁ ଶୀତ ଅଧିବେଶନ ବିଳମ୍ବ ହୋଇଛି । ଡିସେମ୍ବର ୩ରେ ୫ ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ୪ ତାରିଖରେ ଶୀତକାଳୀନ ଅଧିବେଶନ ବସିବାକୁ ଯାଉଛି ।

Related Articles

Back to top button