୫ ବର୍ଷରେ ନିୟମ ଉଲ୍ଲଂଘନ ଯୋଗୁଁ ୯ ଟିଭି ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି, ବନ୍ଦ କରାଯାଇଛି ପ୍ରସାରଣ

ନୂଆଦିଲ୍ଲୀ: ୨୦୧୭ରୁ ୨୦୨୨ ମଧ୍ୟରେ ଦେଶର ୯ଟି ଟିଭି ଚ୍ୟାନେଲର ପ୍ରସାରଣକୁ ସୀମିତ ସମୟ ପାଇଁ ବନ୍ଦ କରାଯାଇଛି । ନିୟମ ଉଲ୍ଲଂଘନ ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ ସୂଚନା ଦେଇଛନ୍ତି।

ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବିଭାଗୀୟ ମନ୍ତ୍ରଣାଳୟ ୯୪ଟି ୟ୍ୟୁଟୁବ ଚ୍ୟାନେଲ ଏବଂ ୧୯ଟି ସୋସିଆଲ ମିଡିଆ ଆକାଉଣ୍ଟ, ୱେବସାଇଟ୍ ଏବଂ ମୋବାଇଲ ଆପଲିକେସନକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୧-୨୨ରେ ଆଇଟି ନିୟମ ଅନୁସାରେ ଏହି ନିର୍ଦ୍ଦେଶ ଦିଆଯାଇଛି ।

କଂଗ୍ରେସ ସାଂସଦ ମନୀଷ ତିୱାରୀଙ୍କ ଏକ ପ୍ରଶ୍ନର ଜବାବରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସିବିଏଫସି ପକ୍ଷରୁ ୨୦୧୭ରୁ ୨୦୨୨ ମଧ୍ୟରେ ୧୧ଟି ଗୀତକୁ ସର୍ଟିଫିକେସନ ପାଇଁ ଅନୁମତି ଦିଆଯାଇ ନାହିଁ।

Related Articles

Back to top button