ଆଗ ଅଢ଼େଇ ଘଣ୍ଟାର ଫିଲ୍ମ ଦେଖନ୍ତୁ, ତା’ ପରେ ମନ୍ତବ୍ୟ ଦିଅନ୍ତୁ: ପଞ୍ଜାବୀ ଅଭିନେତ୍ରୀ ସରଗୁନ୍‌ଙ୍କୁ ଆମିର୍‌ଙ୍କ ଜବାବ

ରିଲିଜ ନ ହେଉଣୁ ବିବାଦରେ ଆମିର ଖାଁଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଢା’। କିଛି ଫିଲ୍ମକୁ ବୟକଟ କରିବାକୁ ଦାବି କରୁଥିବା ବେଳେ କିଛି ତାଙ୍କ ଅଭିନୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯେଉଁମାନଙ୍କ ମଧ୍ୟରୁ ପଞ୍ଜାବୀ ଅଭିନେତ୍ରୀ ସରଗୁନ୍‌ ମେହତା ଅନ୍ୟତମ। ଆମିର ଫିଲ୍ମରେ କହିଥିବା ପଞ୍ଜାବୀ ଭାଷା ସରଗୁନ୍‌ଙ୍କୁ ପସନ୍ଦ ଆସି ନ ଥିଲା। ଅଭିନେତା ଆଉ ଭଲ ଭାବେ ଭାଷାକୁ କହିପାରିଥାନ୍ତେ ବୋଲି ଅଭିନେତ୍ରୀ କହିଥିଲେ। ଏବେ ଏହାର ଜବାବ ରଖିଛନ୍ତି ଆମିର।

ଗଣମାଧ୍ୟମ ସହ କଥାବାର୍ତ୍ତାରେ ଆମିର କହିଛନ୍ତି, ସରଗୁନ୍‌ ଏବଂ ଅନ୍ୟମାନେ ଫିଲ୍ମର ଟ୍ରେଲର ଦେଖିକରି ଏଭଳି ଧାରଣା କରିନେଇଛନ୍ତି। ହେଲେ ଟ୍ରେଲର ୨ ମିନିଟର ଥାଏ। ଆମ ଫିଲ୍ମ ୨.୩୦ ଘଣ୍ଟାର। ଭଲ ହେବ ଫିଲ୍ମକୁ ପୁରା ଦେଖିବା ପରେ ଏହା ଉପରେ କୌଣସି ପ୍ରକାରର ମତ ଦେବେ। ଯଦି ମୁଁ ପଞ୍ଜାବୀ କହିବି ଲୋକେ ବୁଝିପାରିବେ ନାହିଁ। କେବଳ ଆପଣ ବୁଝିପାରିବେ। ତେବେ ଫିଲ୍ମ ଥରେ ଦେଖନ୍ତୁ। ଆଶା କରୁଛି ନିରାଶ ହେବେ ନାହିଁ ବୋଲି ସେ କହିଛନ୍ତି।

ତେବେ ଆମିରଙ୍କ ଏହି ଫିଲ୍ମ ଅଗଷ୍ଟ ୧୧ରେ ରିଲିଜ ହେବାକୁ ଯାଉଛି। ହେଲେ ଏହା ପୂର୍ବରୁ ବିବାଦ ବଢ଼ିବାରେ ଲାଗିଥିବାରୁ ଫିଲ୍ମ ଦେଖିବାକୁ ଲୋକେ ଯାଉଛନ୍ତି ନା ଏହା ଫ୍ଲପ ହେଉଛି ତାହା ଦେଖିବାକୁ ବାକି ରହିଲା।

Related Articles

Back to top button